Odisha Link
Bridging the Missing Links in Odisha

ଅକ୍ଟୋବରରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ!

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ। ଗତ ମାସକ ମଧ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ତିଆରି ଚାଲିଛି। ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ।

ଦଶହରା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଡିପିସି ଓ ଡିଇଓଙ୍କୁ କୁହାଯାଇଛି। କ୍ୟାମ୍ପସ ସହ କ୍ଲାସରୁମ୍ ସଫେଇ ଉପରେ ପ୍ରାଥମିକତା ଦେବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି। ପ୍ରାଥମିକ ବିଦ୍ୟାଳୟ ଖୋଲିବା ସପକ୍ଷରେ ବିଶେଷଜ୍ଞମାନେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେଣି।

ଛୋଟ ପିଲାଙ୍କୁ ଟିକାକରଣ ପର୍ଯ୍ୟନ୍ତ ଅପେକ୍ଷା କରିବା ଅନୁଚିତ। ଛୋଟ ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। କରୋନା ମୁକାବିଲାରେ ସେମାନେ ସକ୍ଷମ। ତେଣୁ ପିଲାଙ୍କୁ କରୋନା ପାଇଁ ପାଠପଢାରୁ ବଞ୍ଚିତ କରାଯିବା ଅନୁଚିତ। ଯାହାକୁ ଆଧାର କରି ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି।

Leave A Reply

Your email address will not be published.