Odisha Link
Bridging the Missing Links in Odisha

୯ମ ଥର ପାଇଁ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ: ସାରା ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ। ଲାଲକିଲ୍ଲାରେ ୯ମ ଥର ପାଇଁ ପତାକା ଉତ୍ତୋଳନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦି କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି ସାରା ଦେଶ। ଏଥିସହ ସାରା ଦେଶରେ ଜାରି ରହିଛି ହର ଘର ତ୍ରିରଙ୍ଗା ଅଭିଯାନ। ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ।

ତେବେ ଏଥର ମଧ୍ୟ ସାମାନ୍ୟ କରୋନା କଟକଣା ମଧ୍ୟରେ ଲାଲକିଲ୍ଲାରେ ଆୟୋଜନ ହେଉଥିବା ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ସଂଗୀତ ଗାନ ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଦେଶବାସୀଙ୍କୁ ସମ୍ବେଧିତ କରୁଛନ୍ତି ପିଏମ୍‌ ମୋଦି।