ବର୍ଷାରେ ଭାସିଲା ନୟାଗଡ଼, ଦେଖନ୍ତୁ ଭିଡିଓ

ନୟାଗଡ଼: ଦୁଇଦିନ ଧରି ଲଗାଣ ବର୍ଷାରେ ନୟାଗଡ଼ ସହର ଜଳାର୍ଣ୍ଣବ ହୋଇଛି। ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ନଦୀର ଭ୍ରମ ସୃଷ୍ଟି କରିଛି।
ସହରର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ରତ୍ନପୁର ଓ ଅନ୍ୟ କେତେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପ୍ରଶାସନ ପକ୍ଷରୁ ଅବସ୍ଥାରେ ସୁଧାର ଆଣିବା ଲାଗି ପ୍ରଚେଷ୍ଟା ଚାଲିଛି।