ଗେରୁଆ ବେଶରେ ସେହଓ୍ବାଗ, ପୋଷ୍ଟ ଦେଖି ଫ୍ୟାନ୍ ହେଲେ ଖୁଶ୍

ନୂଆଦିଲ୍ଲୀ: ଚର୍ଚ୍ଚାରେ ମୁଲତାନର ସୁଲତାନ ତଥା ପୂର୍ବତନ ଭାରତୀୟ ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗ। ଏହି କ୍ରିକେଟର ସୋମବାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଗେରୁଆ କୁର୍ତ୍ତା ଓ ଧୋତି ପିନ୍ଧିଥିବା ନଜର ଆସୁଛନ୍ତି।
ସେହ୍ଵାଗ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଭୋଳାଙ୍କ ଭକ୍ତ, ହନୁମାନଙ୍କ ଚେଲା, ସବୁ କିଛି ଜିତିନେବୁ ଏକଲା। ଏହା ପରେ ତାଙ୍କର ଫ୍ୟାନ୍ସ ଏହି ପୋଷ୍ଟ ଉପରେ ବହୁତ କମେଣ୍ଟ କରିଛନ୍ତି। ୟୁଜର ଲେଖିଛନ୍ତି ଯେ, ଜୟ ବାବାଜୀ। ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ଆପଣ ତ ଗୁରୁଜୀ, କ୍ୟାପସନ ଜବରଦସ୍ତ। ସେହ୍ଵାଗଙ୍କ ଏହି ଫଟୋକୁ ଏକ ଘଣ୍ଟାରେ ଏକ ଲକ୍ଷରୁ ଅଧିକ ଲୋକ ଲାଇକ୍ କରି ସାରିଛନ୍ତି।
https://www.instagram.com/p/B1VubdKgyuu/?utm_source=ig_web_copy_link
ସେହ୍ଵାଗଙ୍କ ନାମରେ ୧୦୪ଟି ଟେଷ୍ଟରେ ୮୫୮୬ ରନ ଓ ୨୫୧ଟି ଦିନିକିଆରେ ୮୨୭୩ ରନ ରହିଛି। ସେ ଦିନିକିଆରେ ମୋଟ୍ ୯୬ ଏବଂ ଟେଷ୍ଟରେ ୪୦ ଓ୍ଵିକେଟ୍ ନେଇଛନ୍ତି। ସେ ୧୯ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚରୁ ମୋଟ୍ ୩୯୪ ରନ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ।