Odisha Link
Bridging the Missing Links in Odisha

ଓଡ଼ିଶାକୁ ୩୩୩୮ କୋଟି ଫୋନି ସହାୟତା

ଭୁବନେଶ୍ୱର : ଓଡ଼ିଶାକୁ ଫୋନି ସହାୟତା ଦେଲେ କେନ୍ଦ୍ର ସରକାର। ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟି ଟଙ୍କାର ସହାୟତା ରାଶି। ଫୋନି ପରବର୍ତ୍ତୀ ଥଇଥାନ ପାଇଁ କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି। ପୂର୍ବରୁ ଓଡ଼ିଶାକୁ ଫୋନି ପାଇଁ ଅଗ୍ରୀମ ୩୪୦ କୋଟି ଟଙ୍କା ମିଳିଥିଲା। ପରେ ପ୍ରଧାନମନ୍ତ୍ରୀ ଆସି ଆଉ ୧ ହଜାର କୋଟି ଟଙ୍କାର ସହାୟତା ନେଇ ଘୋଷଣା କରିଥିଲେ।
ଓଡ଼ିଶା ସମେତ ଅନ୍ୟ ୨ ରାଜ୍ୟକୁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି। ଓଡ଼ିଶା, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ପାଇଁ ମୋଟ ୪୪୩୨ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମରୁଡ଼ି କ୍ଷତିଗ୍ରସ୍ତ କର୍ଣ୍ଣାଟକ ପାଇଁ ୧୦୨୯ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହିମାଚଳ ପାଇଁ ୬୪.୪୯ କୋଟି ଘୋଷଣା କରାଯାଇଛି। ଫୋନି ପ୍ରଭାବରେ ରାଜ୍ୟର ପୁରୀ ସମେତ କିଛି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ଫୋନି ବାତ୍ୟାର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟରେ ୨୪,୧୭୬ କୋଟି ଟଙ୍କାର କ୍ଷତି ଦର୍ଶାଯାଇଥିଲା।
ସୂଚନା ଅନୁସାରେ, ଚଳିତ ବର୍ଷ ମେ ମାସ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଫୋନି ଦ୍ୱାରା ଓଡ଼ିଶାରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ ଅନେକସ୍ଥାନରେ ଘର ଭୁଷୁଡ଼ିଥିଲା। ଏହା ସହ ଗଛ ଓ ବିଦ୍ୟୁତ ପୋଲ ଭାଙ୍ଗିଯାଇଥିଲା।

Comments are closed.