ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ: କେଉଁ ଭାଷା ପାଇଁ ହଳଧରଙ୍କୁ ପଦ୍ମଶ୍ରୀ?

ସମ୍ବଲପୁର: ବେଶ୍ କିଛିଦିନ ହେବ ପଦ୍ମଶ୍ରୀ ହଳଧର ନାଗଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ଆଉଥରେ ଚର୍ଚ୍ଚାରେ ହଳଧର। କାରଣ ଗତକାଲର ସମ୍ବଲପୁରଠାରେ ସମ୍ବଲପୁର ପ୍ରେସ୍ କ୍ଲବ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ବଲପୁରର ରାଜେଶ କୁମାର ବେହେରା ନାମକ ଜଣେ ବ୍ୟକ୍ତି ଗୃହ ମନ୍ତ୍ରଣାଳୟକୁୁ କିଛି ତଥ୍ୟ ମାଗିଥିଲେ। ଶ୍ରୀ ବେହେରା ମାଗିଥିବା ତଥ୍ୟରେ ଗୃହ ମନ୍ତ୍ରଣାଳୟ ଯେଉଁ ତଥ୍ୟ ରଖିଛନ୍ତି ତାହା ତାଜୁବ କରି ଦେଇଛି।
ଲୋକକବି ହଳଧର ନାଗଙ୍କୁ କେଉଁ ଭାଷା ପାଇଁ ପଦ୍ମଶ୍ରୀ ଦିଆଗଲା ବୋଲି ଶ୍ରୀ ବେହେରା କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ତଥ୍ୟ ମାଗିଥିଲେ। ଗୃହ ମନ୍ତ୍ରାଳୟ ଲହାର ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୬ ମସିହା ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ଉପାଧି ଦିଆଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଲୋକକବି ଶ୍ରୀ ନାଗଙ୍କୁ କେଉଁ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦେଇଛନ୍ତି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଥିଲେ।
୨୦୧୮ରେ କୋଶଲି-ସମ୍ବଲପୁରୀ ଭାଷା ପାଇଁ ଶ୍ରୀ ନାଗଙ୍କୁ ଏହି ପୁରସ୍କାର ଦିଆଯାଇଥିବା କେନ୍ଦ୍ର ସାହିତ୍ୟ ଏକାଡେମୀ ଦର୍ଶାଇଛି। ସେ ସମ୍ବଳପୁର ବିଶ୍ବବିଦ୍ୟାଳୟକୁ କୋଶଲି ନାମ ସଂକ୍ରାନ୍ତରେ ତଥ୍ୟ ମାଗିଥିଲେ। ଏସଂପର୍କୀତ କିଛି ତଥ୍ୟ ଉପଲବ୍ଧ ନାହିଁ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଦର୍ଶାଇଛନ୍ତି ବୋଲି ଶ୍ରୀ ବେହେରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଅପରପକ୍ଷେ ପଶ୍ଚିମ ଓଡ଼ିଶାରେ ବର୍ଣ୍ଣବୋଧ ପୋଡ଼ି ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ପଦ୍ମଶ୍ରୀ ହଳଧର ନାଗ। ଲୋକକବି ପଦ୍ମଶ୍ରୀ ହଳଧର ନାଗ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟ ଦେବା ସହ ଏ ଭାଷାର ବିଭିନ୍ନ ଶବ୍ଦକୁ ତାତ୍ସଲ୍ୟ କରିବା ନେଇ ଭିଡିଓ ସବୁ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏ ନେଇ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଭିତ୍ତି କରି ଭୁବନେଶ୍ବରରେ କିଛି ଲେଖକ ଓ ସାମ୍ବାଦିକ ମିଳିତ ଭାବେ ଶ୍ରୀ ନାଗଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ଦାଖଲ କରିଥିଲେ।
ଏଥି ସହିତ ପଢ଼ନ୍ତୁ
Sam