ମାଲକାନଗିରିରେ ଏନକାଉଣ୍ଟର; ଜଣେ ଯବାନ ଶହୀଦ

ମାଲକାନଗିରି : ଯବାନ-ମାଓବାଦୀ ମଧ୍ୟରେ ମୁହାଁମୁହିଁ ହୋଇ ଗୁଳିବିନିମୟ ହୋଇଛଇ। ଉଭୟ ପକ୍ଷର ଗୁଳିବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି, ଏବଂ ଜଣେ ଯବାନ ଗୁରୁତର ହୋଇଛନ୍ତି। ଖଇଇପୁଟ କଦମ୍ବଗୁଡା ଜଙ୍ଗଲରେ ମାଓକ୍ୟାମ୍ପ ଉପରେ ଯବାନମାନେ ଚଢ଼ାଉ କରିବା ସମୟରେ ଏହି ଗୁଳିବିନିମୟ ହୋଇଛି।
ଜଙ୍ଗଲ ଭିତରେ ମାଓକ୍ୟାମ୍ପ ଚାଲିଥିବା ଖବର ପାଇଁ ଚଢ଼ାଉ କରିଥିଲା ଡିଭିଏଫ ଯବାନ। ଏହାପରେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ ମାଓବାଦୀ। ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀ ନିହତ ହୋଇଛି। ଘଟଣାସ୍ଥଳରୁ ଗୋଟିଏ ଏସଏଲଆର, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସମେତ ଗୁଳିଗୋଳା ଜବତ କରାଯାଇଛି। ଗୁଳି ବିନିମୟ ଶେଷ ହେଲେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।
Comments are closed.