ବ୍ୟାଙ୍କରୁ ୧୪ ଲକ୍ଷ ଲୁଟ୍

ଝାରସୁଗୁଡ଼ା: ବ୍ୟାଙ୍କରେ ପଶି ଲୁଟିଲେ ଡକାୟତ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାବେଳେ ୧୪ ଲକ୍ଷ ଟଙ୍କା। ଝାରସୁଗୁଡ଼ା ବେଲପାହାଡ଼ ଗୁମାଡେରାସ୍ଥିତ ଆକ୍ସିସ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୪ ଜଣ ମୁଖାପିନ୍ଧା ଡକାୟତ ବ୍ୟାଙ୍କରେ ପଶିଥିଲେ। ଆଉ ତା ପରେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ୧୪ ଲକ୍ଷ ଟଙ୍କା ନେଇ ଛୁ ମାରିଥିଲେ। ଏନେଇ ଖବର ପାଇ ବେଲପାହାଡ଼ ପୁଲିସ ସହ ଖୋଦ ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି।