Odisha Link
Bridging the Missing Links in Odisha

ଜଳିଗଲା କେମିକାଲ୍ ବୋଝେଇ ଟ୍ରକ୍

କେନ୍ଦୁଝର : କେନ୍ଦୁଝରରେ କେମିକାଲ୍ ବୋଝେଇ ଟ୍ରକ୍ ରେ ଲାଗିଛି ନିଆଁ। ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ଗାଡି ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।
ମିଳିଥିବା ସୂଚନା ଅନୁସାର, କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ପେଟ୍ରୋଲ ପମ୍ପ୍ ନିକଟରେ ଘଟିଛି ଅଘଟଣ । କେନ୍ଦୁଝରରୁ କଲିକତା ଅଭିମୁଖେ କେମିକାଲ ବୋଝେଇ ୧୪ ଚକିଆ ଟ୍ରକଟି ଯାଉଥିଲା । ହଠାତ୍ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି।

Comments are closed.