Odisha Link
Bridging the Missing Links in Odisha

ମୋଟର ଯାନ ନିୟମରେ ସହାୟତା ପାଇଁ ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ବର: ଲୋକଙ୍କୁ ହରଡ଼ ଗଣାରେ ପକାଇଥିବା ମୋଟର ଯାନ ନିୟମକୁ କୋହଳ କରିବାକୁ ଯାଇ ସରକାର ଜାରି କଲେ ଟୋଲ୍‌ ଫ୍ରି ନମ୍ବର । ଏହି କିଛି ଦିନ ପୂର୍ବରୁ ମୋଟର ଯାନ ନିୟମକୁ କଡ଼ାକଡ଼ି କରାଯାଇଥିଲା। ଦେଶବ୍ୟାପୀ ଘଟୁଥିବା ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବାକୁ ଯାଇ ଏପରି ପଦକ୍ଷେପ ନେଇଥିଲେ ସରକାର। ସମଗ୍ର ଦେଶରେ ନିୟମ କଡ଼ାକଡ଼ି ଭାବେ ଲାଗୁ ହେଉଥିବା ବେଳେ ହନ୍ତସନ୍ତ ହେଉଥିଲେ କିଛି ବିନା ଲାଇସେନ୍ସ ଧାରି ଚାଳକ। ତେବେ ଏହି ନିୟମକୁ ନେଇ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖା ଦେଇଥିଲା। ଏବେ ଏହି ସମସ୍ୟାର ସମାଧାନ ପାଇଁ ନିୟମକୁ ଟିକିଏ କୋହଳ କରିବାକୁ ଯାଇ ଟୋଲ୍‌ ଫ୍ରି ନମ୍ବର ଜାରି କରିଛନ୍ତି ସରକାର। ଏହାଦ୍ବାରା ନିଜ ନିଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ନମ୍ବରରେ ୧୮୦୦-୩୪୫-୧୦୭୩ ବିନେ ଶ୍ଳୁକରେ ଯୋଗଯୋଗ କରି ପାରିବେ ଚାଳକ।

Comments are closed.