ଟ୍ୱିନ୍ ସିଟିକୁ ମିଳିଲା ନୂଆ ପୁଲିସ କମିଶନର; ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଅଦଳବଦଳ କରିଛନ୍ତି। ସଂଜୀବ ପଣ୍ଡାଙ୍କୁ କଟକ-ଭୁବନେଶ୍ୱର ଟ୍ଵିନ ସିଟି ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ତେବେ ଆଜି ଟ୍ୱିନ୍ ସିଟିକୁ ମିଳିଲା ନୂଆ ପୁଲିସ କମିଶନର। ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଜୀବ ପଣ୍ଡା।
ସେହିପରି ଡଃ ସନ୍ତୋଷ ଵାଲାଙ୍କୁ ପୁଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ, ହିମାଂଶୁ କୁମାର ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି, ଡଃ ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି, ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି, ଜେ.ଏନ. ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି, କନୱର ବିଶାଳ ସିଂଙ୍କୁ କଟକ ଡିସିପି, ପିନାକ ମିଶ୍ରଙ୍କୁ ପୁରୀ ଏସପି, ବନୋଥ ଯୁଗଳ କିଶୋର କୁମାରଙ୍କୁ କେନ୍ଦ୍ରାପଡା ଏସପି ଭାବେ ଦାଇତ୍ୱ ଦିଆଯାଇଛି।
ସେହିପରି ସନ୍ଦୀପ ସଂପତଙ୍କୁ ଢେଙ୍କାନାଳ ଏସପି, ବିବେକାନନ୍ଦ ଶର୍ମାଙ୍କୁ ମୁଖ୍ୟାଳୟ ଏଆଇଜି, ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି, ଅମରେଶ କୁମାର ପଣ୍ଡାଙ୍କୁ ପୁଲିସ ମୁଖ୍ୟାଳୟ ଏଆଇଜି, ପି. କେ. ମିଶ୍ରଙ୍କୁ ରାଉରକେଲା ରେଳବାଇ ଏସପି, ରାମ ପ୍ରସାଦ ସାହୁଙ୍କୁ ଦେବଗଡ଼ ଏସପି, ହରିଶ ବି ସିଙ୍କୁ ରାୟଗଡା ଏସପି, ୟଶପ୍ରତାପ ଶ୍ରିମଲଙ୍କୁ ସୋନପୁର ଏସପି ଭାବେ ଦାଇତ୍ୱ ଦିଆଯାଇଛି।