Odisha Link
Bridging the Missing Links in Odisha

୧୭ତମ ଲୋକସଭା: ତିନ୍‌ ତଲାକ ବିଲକୁ ବିରୋଧ କଲା କଂଗ୍ରେସ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାରେ ତିନ୍ ତଲାକ ବିଲକୁ ଆଗତ କରିଛନ୍ତି| ଏହି ବିଲ୍‌ ଦ୍ବାରା ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷିତ ରହିବ ଏବଂ ମହିଳାଙ୍କୁ ନ୍ୟାୟ ଓ ସଶକ୍ତିକରଣ କରିବା ପାଇଁ ଏହି ପ୍ରୟାସ କରାଯାଉଛି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି| ଏହା ସହ ଲୋକ ଆମକୁ ଆଇନ ଗଠନ ପାଇଁ ଚୟନ କରିଛନ୍ତି ଆଇନ କରିବା ଆମର କାମ| ଏହି ଆଇନ ତିନ୍ ତଲାକରେ ପୀଡିତ ମହିଳାଙ୍କୁ ନ୍ୟାୟ ଦେବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ତେବେ ତିନ୍‌ ତଲାକ ବିଲକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି|ତିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ବିଲରେ କୁହାଯାଇଥିବା କଥା ସମ୍ବିଧାନ ବିରୋଧୀ| ଏହାକୁ ତେଣୁ ବିରୋଧ କରାଯିବ| ଏହା ପୂର୍ବରୁ ଜେଡିୟୁ ମଧ୍ୟ ଏହି ବିଲକୁ ବିରୋଧ କରିବ ବୋଲି କହିଥିଲା|ପୂର୍ବରୁ ଜେଡିୟୁ ପକ୍ଷରୁ କୁହାଯାଇଥିଲା ଯେ ଏହି ବିଲ ବିରୋଧରେ ଦଳ ପୂର୍ବରୁ ରହିଆସିଛି| ଆଗାମୀ ଦିନରେ ବି ବିରୋଧ କରିବ| ଜେଡିୟୁର ନେତା ଶ୍ୟାମ ରଜକ କହିଥିଲେ ଯେ ତିନ୍ ତଲାକ ଏକ ସାମାଜିକ ପ୍ରସଙ୍ଗ ଯାହାକୁ ସାମାଜିକ ସ୍ତରରେ ହିଁ ସମାଧାନ କରାଯିବା ଆବଶ୍ୟକ| ଅଗାମୀ ସମୟରେ ଜଣା ପଡ଼ିବ ତିନ୍‌ ତଲାକ ବିଲକୁ ମଞ୍ଜୁରୀ ମିଳୁଛି ନା ନାଇଁ।

Comments are closed.