Odisha Link
Bridging the Missing Links in Odisha

ଯୁବକଙ୍କୁ ପିଟିପିଟି ହତ୍ୟା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଆଜି ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବନ୍ଧନ ମହାନ୍ତି।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ଧନ ଗାଁର ଏକ ଦୋକାନକୁ ଯାଇ ସିଗାରେଟ ମାଗିଥିଲେ। ସିଗାରେଟ ଦେବାକୁ ମନା କରିବାରୁ ଦୋକାନୀ ଓ ବନ୍ଧନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ବନ୍ଧନ ଉତ୍ତ୍ୟକ୍ତ ହୋଇ ଦୋକାନୀଙ୍କୁ ମାଡ଼ ମାରିଥିଲେ। ଏହାପରେ ଉକ୍ତ ଦୋକାନୀ ଓ ଅନ୍ୟମାନେ ବନ୍ଧନଙ୍କୁ ପିଟିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଧନଙ୍କୁ ଉଦ୍ଧାର କରିଥିଲା। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ସମୟରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ସମ୍ପୃକ୍ତ ଦୋକାନୀଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Comments are closed.