Odisha Link
Bridging the Missing Links in Odisha

ପାଟକୁରା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଅଶ୍ଟା ଭିଡିଛି କଂଗ୍ରେସ। ଆଜି ପୂର୍ବାହ୍ନରେ ଉଭୟ ବିଜେପି ଓ ବିଜେଡି ନିଜର ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଥିଲେ । ବିଜେପି ଓ ବିଜେଡି ସହ ତାଳ ଦେଇ କଂଗ୍ରେସ ମଧ୍ୟ ନିଜର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ନିର୍ବାଚନ କମିଶନଙ୍କ ପାଖରେ କଂଗ୍ରେସ ଦାଖଲ କରିଥିବା ନିଜର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ, ଅତିରିକ୍ତ ପ୍ରଭାରୀ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ, ସହପ୍ରଭାରୀ ଜି.ରୁଦ୍ରରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ, ମହମ୍ମଦ ମୋକିମ୍, ଡ. ସିଏସ ରାଜନ୍ ଏକ୍କା ଓ ସାଂସଦ ସପ୍ତଗିରି ଉଲାକାଙ୍କ ନାଁ ସାମିଲ ଅଛି।

ଏମାନଙ୍କ ବ୍ୟତୀତ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିିଆ, ଶରତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ଭକ୍ତ ଚରଣ ଦାସ, ରଞ୍ଜୀବ ବିଶ୍ୱାଳ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଗଣେଶ୍ୱର ବେହେରା, ଅଂଶୁମାନ ମହାନ୍ତି, ଦେବେନ୍ଦ୍ରନାଥ ଶର୍ମା, ଧରଣୀଧର ନାୟକ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡା, ସସ୍ମିତା ବେହେରା, ଭୁଜବଳ ମାଝୀ, ବିରେନ୍ ସେନାପତି, ହମିଦ୍ ହୁସେନ୍, ଶୁଭେନ୍ଦୁ ମହାନ୍ତି, ସତ୍ୟପ୍ରକାଶ ନାୟକ, ଅରିନ୍ଦମ ସର୍ଖେଲ, ଜ୍ଞାନଦେବ ବେହୁରା, ଅମିୟ ପାଣ୍ଡବ ଓ ମନୀଷା ତ୍ରିପାଠୀ ପ୍ରମୁଖ ରହିଛନ୍ତି ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ସୂଚନା ଦେଇଛନ୍ତି।

Comments are closed.