Odisha Link
Bridging the Missing Links in Odisha

ପୋଲ ଥାଇ ବି ଡଙ୍ଗାରେ ଯାତାୟତ କରୁଛନ୍ତି ମୋଟୁ ଅଞ୍ଚଳବାସୀ

ମାଲକାନଗିରି: ପୋଲାଭରମ ପ୍ରସଙ୍ଗରେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ସର୍ବଦା ଚର୍ଚ୍ଚାରେ। ରାଜନୈତିକ ସ୍ତରରେ ହେଉ ବା ଜାତୀୟ ସ୍ତରରେ ଏହି ଗ୍ରାମ ପୋଲାଭରମ ପ୍ରସଙ୍ଗକୁ ନେଇ ସର୍ବଦା ଚର୍ଚ୍ଚାରେ। ଏହି ଗ୍ରାମଟି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଅବସ୍ଥିତ। ସଦାବେଳେ ଚର୍ଚ୍ଚାରେ ରହି ମଧ୍ୟ ମୋଟୁ ଗ୍ରାମ ଅବ୍ୟବସ୍ଥାର ମୁଣି ଭିତରେ ବୁଡି ରହିଛି। ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଏକ ପୋଲ ସାତ ସପନ ହୋଇ ରହିଯାଇଛି ମୋଟୁ ଗ୍ରାମବାସୀଙ୍କ ପାଇଁ। ସିଲେରୁ ନଦୀ ଉପରେ ଆନ୍ଧ୍ର ସରକାର ରାଞ୍ଚି ବିଜୟଓ୍ୱାଡା କରିଡର ପାଇଁ ପୋଲ ନିର୍ମାଣ କରିଥିବା ବେଳେ ଓଡ଼ିଶା ସରକାର କିନ୍ତୁ ମାତ୍ର ୩୩୨ ମିଟର ରାସ୍ତାର ପୋଲ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି। ଯାହା ଫଳରେ ବର୍ଷ ବର୍ଷ ଧରି ଲୋକେ ନବ ନିର୍ମିତ ପୋଲକୁ ଦେଖି ଚିରାଚରିତ ଢଙ୍ଗରେ ଡଙ୍ଗାରେ ଦେଖି ଯାତାୟାତ କରୁଛନ୍ତି।

ପ୍ରଶାସନର ନିଦ ଭାଙ୍ଗିବ କେବେ:
ମାଲକାନଗିରି ଜିଲ୍ଲା ତଥା ରାଜ୍ୟର ଶେଷ ସିମାନ୍ତ ଗ୍ରାମ ହେଲା ମୋଟୁ। ଏହାର ଦୁଇ ପାର୍ଶ୍ୟରେ ବହି ଯାଇଛି ସାବେରି ଓ ସିଲେରୁ ନଦୀ। ଏହି ପଥ ଦେଇ ସରକାର ରାଞ୍ଚି ବିଜୟବାଡା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବା ପାଇଁ ଆଦେଶ ଦେବାପରେ ମାଲକାନଗିରି ଜିଲ୍ଲା ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ପ୍ରତିଦିନ ଯେଉଁ ଶହ ଶହ ଲୋକେ ନଦୀ ପାରି ହୋଇ ପୋଡଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ଡାକ୍ତରି ଚିକିତ୍ସା ଠାରୁ ଆରମ୍ଭ କରି ଅନ୍ୟ ସବୁ ସୁବିଧା ଲାଗି ଯାତାୟାତ କରୁଥିଲେ ସେମାନଙ୍କ ମନରେ ନୂଆ ଆସା ବସା ବାନ୍ଧିଥିଲା। ବିପଦ ପୂର୍ଣ ଜଳଯାତ୍ରା ବନ୍ଦ ହେବ ଏବଂ ରାଞ୍ଚି ବିଜୟବାଡା କରିଡର ର ସ୍ଥଳ ପଥ ଦେଇ ଯାତାୟାତ କରିବେ ବୋଲି ଜିଲ୍ଲା ବାସୀ ସ୍ଵପ୍ନ ଦେଖୁଥିଲେ। କିନ୍ତୁ ବର୍ତ୍ତମାନ ଯାଏଁ ଲୋକଙ୍କ ପାଇ ସାତ ସପନ ହୋଇ ରହିଯାଇଛି। ଆନ୍ଧ୍ର ସରକାର କୋରିଡର କାମକୁ ଦ୍ରୁତ ଗତିରେ ଆରମ୍ଭ କରିବା ସହ ସିଲେରୁ ନଦୀ ଉପରେ ପୋଲ ନିର୍ମାଣ କାମ ଶେଷ କରିଦେଇଥିବା ବେଳେ ବର୍ତ୍ତମାନ ଯାଏଁ ପୋଲକୁ ଯୋଗ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୩୩୨ମିଟର ର ଆପ୍ରୋଚ ରୋଡ କରାଯାଇ ନଥିବା ରୁ ଲୋକେ ଆଜିବି ଏପରି ଦେଶି ଡଙ୍ଗାରେ ପ୍ରତିଦିନ ନଈ ପାରି ହୋଇ ଯିବା ଆସିବା କରନ୍ତି।

ପ୍ରତିଶୃତି ପ୍ରତିଶୃତିରେ ହଁ ରହିଗଲା:
ପୋଲ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ୪୦ ବର୍ଷ ଧରି ଓଡ଼ିଶା ସରକାର ଲୋକଙ୍କୁ ପ୍ରତିଶୃତି ଦେଇ ଆସୁଥିବା ସ୍ଥାନୀୟ ଲୋକ କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ନିର୍ମାଣ କରିନାହାନ୍ତି। ବର୍ତମାନ ସିଲେରୁ ନଦୀ ଉପରେ ଆନ୍ଦ୍ର ସରକାର ପୋଲ ନିର୍ମାଣ କରିସାରିଥିବା ବେଳେ ଗତ ଜାନୁଆରି ମାସରୁ ଏହି ପୋଲ କାମ ଶେଷ ହୋଇଥିଲେ ହେ ଏଠାରେ ଯାନ ବାହାନ ଚଳା ଚଳ କରିପାରୁ ନାହି। ତେବେ ପୂର୍ବରୁ ଅପ୍ରୋଚ ରୋଡ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲେ ବି ଏଥିରେ କୌଣସି ଠିକା ସଂସ୍ଥା ଟେଣ୍ଡର ପକାଇ ନଥିବା ବେଳେ ବର୍ତମାନ ପୁଣି ଏନେଇ ଟେଣ୍ଡର ହୋଇଥିବା ବେଳେ ଖୁବ ଶୀଘ୍ର ଏହି ଅପ୍ରୋଚ ରୋଡ ତିଆରି ହେବା ସହ ରାଞ୍ଚି ବିଜୟବାଡା କରିଡର ଲୋକଙ୍କ ସେବାରେ ଲାଗିବ ବୋଲି ଜିଲ୍ଲା ଜାତୀୟ ରାଜପଥ ବିଭାଗର କନିଷ୍ଠ ଜନ୍ତ୍ରୀ ମନୋଜ କୁମାର ସାହୁ ପ୍ରକାଶ କରିଛନ୍ତି।

ଓଡ଼ିଶା ସରକାର ରାଜ୍ୟ ବାସୀଙ୍କ ପାଇଁ ପୋଲ ନିର୍ମାଣ କରି ପାରିନଥିବା ବେଳେ ବର୍ତମାନ ୩୩୨ ମିଟରର ଅପ୍ରୋଚ ରୋଡ ନିର୍ମାଣ ନ କରିପାରିବା ସରକାରଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଠି କରିଛି।

Comments are closed.