Sun. Aug 25th, 2019

Odisha Link

bridging the missing links in odisha

ପ୍ରତୀକ୍ଷା

  •  
  •  
  •  
  •  
  •  
  •  
  •  

ସୁଷମା ଦାଶଙ୍କ ଗଳ୍ପ

ପ୍ରତୀକ୍ଷା

ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ସୁଷମା ଦାଶଙ୍କ ସଦ୍ୟତମ ସଂକଳନ ସାରା ରାତି ବର୍ଷା ବହିଟି ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉


ସ୍ୱାତୀ ବିଷର୍ଣ୍ଣ ଥିଲା। ତା ଛାତି ଭିତରେ କୋଇଲା ଖଣ୍ଡେ ଡହକୁ ଥିଲା। ରଂଜନର ଗୋଟିଏ ଗୋଟିଏ ମେସେଜ୍ ହିଁ ପବନ ମାରି ତାକୁ ଆହୁରି ଜଳିବାକୁ ଖୋରାକ ଯୋଗାଉ ଥିଲା।

ଏତେ ନିର୍ଦୟୀ ବି ହୋଇପାରେ ରଞ୍ଜନ ! ସ୍ୱାତୀ ଆର୍ଶ୍ଚଯ୍ୟ ହେଉଥିଲା। “ମୋ ମନ କହୁଛି ତୁମେ ଯାଇନ,ସେଇଠି ମୋ ଲାଗି ଅପେକ୍ଷା କରିଛ। ଜାଣିଛି ଭାରି ଅଭିମାନି ତୁମେ। ମୋର ଡେରି ହେବାର ଦେଖି ମିଛରେ କହୁଥିବ।”

ନା ,ଏହା ତା ମନର ଭ୍ରମ। କେତେବେଳୁ ତ ମେସେଜ ଥିଲା। “ଏବେ ଆସି ପହଁଚିଲି।”

ଏତେ ସ୍ବପ୍ନ କଣ ପାଇଁ?

ନିଜକୁ ପ୍ରକୃତିସ୍ଥ କରୁଥିଲା ସ୍ୱାତି।ନିଜକୁ ସନ୍ତନା ଦେଇ କହୁଥିଲା,ନା….ନା ….। ଆଉ କେବେ ବି ଭାବିବିନି ଏସବୁ। ସବୁ ଭୁଲିଯିବି। ଏକଦମ ମନରୁ କାଢ଼ି ଫିଙ୍ଗିଦେବି। ଅଥଚ ପାରୁନଥିଲା।

କେମିତି ସ୍ଥାଣୁ ଟିଏ ପରି ବସିରହିଥିଲା। ଘଣ୍ଟା ଘଣ୍ଟା ଧରି ସେଇ ସୋଫା ଟାରେ। ହାତ ଗୋଡ଼ ତାର କୋଲପ ମାରି ଯାଉଥିଲା। ଉଦାସ ଓ ବିଷର୍ଣ୍ଣ ଦେହ ମନ।

କାହିଁକି ସେ ହସିବାକୁ ଚାହିଁ ବି ହସିପାରୁନଥିଲା। ଚାହୁଁଥିଲା ନିଜକୁ ଖାଲି ଭଲ ପାଇ ବାକୁ ,ନିଜପାଇଁ ଖାଲି ବଞ୍ଚିବାକୁ। ଯେତେ ଭୁଲି ବାକୁ ଚାହୁଁଥିଲା ସେତେ ଭଲ ପାଇ ବସୁଥିଲା …….

ଓଃ କି କରୁଣ ଦୁଃଖ ଦାୟୀ ଅବସ୍ଥା…

କାହାକୁ ପାଶୋରି ଦେବା ଟା ଏତେ କଷ୍ଟ ଦାୟୀ କାହିଁକି ଯେ ! ସାରା ଜୀବନ ଚାଲିଯାଏ ଅଥଚ ଭୁଲିହୁଏନା।

ସୁଇଚ୍ ଅଫ୍ କଲା ନିଜ ମୋବାଇଲ କୁ ।ନା ଏଇ ମୋବାଇଲ ହିଁ ସବୁ କ୍ରନ୍ଦଳ ର୍ କାରଣ। କିନ୍ତୁ ପର ମୁହୂର୍ତ୍ତରେ ମନେ ହେଉଥିଲା ପୁଣି ଥରେ,ଅନ୍ତତଃ ଶେଷଥର ପାଇଁ ସେଇ ପୁରୁଣା ମେସେଜକୁ ଦେଖିବାକୁ।

ତା ଆଖି ସାମ୍ନା ରେ ନିର୍ଜୀବ ଦେହ ଟିଏ ପରି ପଡି ରହିଥିଲା ଫୋନ ଟି। ରଂଜନ ଆଉ ତାର ସବୁ ଯୋଗସୂତ୍ରର ଏକମାତ୍ର ମାଧ୍ୟମ।

ସତରେ କଣ ତୁମେ ଅଭିମାନ କରି ଫେରିଗଲ ମୋତେ ଟିକେ ବି ଦେଖା କରିବାର ଆବଶ୍ୟକତା ମନେ କଲ ନି ?

ଜାଣିଛି ତୁମେ ଆସିଥିଲ । ତାର ପ୍ରମାଣ ବି ଦେଇଥିଲ ।କିଛି ରେକଡ଼ିଂ ରାସ୍ତା ସହ ତୁମର।

ଗୋଟିଏ ବିଷର୍ଣ୍ଣତା ସ୍ୱାତି କୁ ଛାଇ ଗଲା। ଫେରି ଯିବାର ମୁହୂର୍ତ୍ତର ବି କେତେ ଟି ଛବି।

ରଂଜନ ଫେରି ଯାଉଥିଲା…..

ଅଥଚ ସ୍ୱାତୀ କୁ ଲାଗୁଥିଲା ଏଇ ଯେମିତି ରଂଜନ ଆସୁଛି ,। ପୁଣି ଏକ ପ୍ରତୀକ୍ଷା…..ଲମ୍ବା ଏକ ପ୍ରତୀକ୍ଷା …..

ଅଭିମାନ କରି ଫେରିଗଲ…… କିନ୍ତୁ ଭୁଲିଗଲ ଗୋଟିଏ କଥା । କାଲି ତୁମ ବାହୁଭିତରେ ଥାନ୍ତି, ଆଜି କିନ୍ତୁ ତୁମ ବିରହରେ। ଅଛି ତ ତୁମରି ସ୍ମୁତିରେ… ସେ ସ୍ମୁତି ମିଳନ ର ହେଉ ବା ବିଚ୍ଛେଦ ର…….

ସ୍ମୁତି ସବୁବେଳେ ସ୍ମୁତି। ଏକାନ୍ତ ଆପଣାର….ନିଜର…

ଯାହାକୁ କେହି ଚାହିଁଲେ ବି ଅଲଗା କରି ପାରିବେନି ।

ଉଦାସୀନତା ଗ୍ରାସୁଥିଲା ସ୍ୱାତି କୁ।

ଖୁସିରେ ରହିବି କେମିତି ।

“ତୁମ ବିନା ” ନଟ୍ ପଶିବୁଲ୍ ।

ସ୍ୱାତୀ ର ମେସେଜ ରଂଜନ କୁ।

ରଂଜନ ଉତ୍ତର ଫେରେଇଲା

“ନିଜ ଭିତରେ ଖୁସି କୁ ଅନୁଭବ କର।”

ଯଥେଷ୍ଟ ଆଗରୁ କହିବାର ଥିଲା।ଏବେ କାହିଁକି ?

ସ୍ୱାତୀ ର୍ ଅଭିମାନ ଭରା ଉତ୍ତର।

ମନ ଦୁଃଖ କରିବାର କଣ ଅଛି। ମୋ ରାଣ, ମୋ ଭଲ ପାଇବାର ରାଣ। ତୁମେ ମନ ଦୁଖ କଲେ କଣ ଭଲ ଲାଗିବ ?

ରଂଜନ ଟେକ୍ସଟ କରେ।

ସ୍ୱାତି ଖାଲି ହସିବାର ଇମୋଜି ଟିଏ ଦେଇ ଚୁପି ଚୁପି ଲୁହ ଗୋଡାଏ।

ଏତେ ଗୁଡ଼ାଏ ପ୍ରଶ୍ନ ର୍ ଉତ୍ତର କଣ ଖାଲି ଗୋଟିଏ ଇମୋଜି ? ରଂଜନ କୁହେ ହତାଶରେ।

ପ୍ଲିଜ ହସିବା ଫୋଟ ଟିଏ ଦିଅ।

ସ୍ୱାତୀ କୁହେ “ପରେ….”

ସ୍ୱାତୀ କହିବାକୁ ଚାହେଁ ତୁମ ବିନା ଗୋଟିଏ ବି ମୁହୂର୍ତ୍ତ ବଂଚିପାରିବିନି ।

ଅଥଚ କହିପାରେନା। ଯେତିକି ବି ଭଲ ପାଉଛ ସେତିକି ଯଥେଷ୍ଟ। ଆଉ କିଛି ଆଶା ନାହିଁ”। ରଂଜନ ଏଇ ପଦକ କଥା ତା କାନରେ ବାର ବାର ଶୁଭିଯାଏ ।

ନିଜକୁ ଦୃଢ଼ କରୁଥିଲା ସ୍ୱାତି ପୁଣିଥରେ। ତୁମ ବିନା ମୋତେ ବଞ୍ଚିବାକୁ ହେବ। ନିଜକୁ ଦୂରେଇ ନେଇଛ,ଯେତେବେଳେ, ଭୁଲିଯିବି ଯାହାସବୁ ଘଟିଛି ଆମ ଭିତରେ…. ସବୁକିଛି।

ଅଥଚ ପାରୁନଥିଲା ।ସେଇ ଭୁଳିବା ଭିତରେ ବି ବେଶି ବେଶି ମନେପଡୁଥିଲା ରଂଜନ।ଆଶ୍ଚର୍ଯ୍ୟ ହେଉଥିଲା ସ୍ୱାତି। ଏମିତି କଣ ଅଛି କି? କି ଯାଦୁ,କି ସୌନ୍ଦର୍ଯ୍ୟ, କି ଆକର୍ଷଣ ଯାହା ଟାଣି ନେଉଛି ବାର ବାର !

ପ୍ରେମ….ଏକ ସ୍ବର୍ଗୀୟ ଅନୁଭବ। ପୃଥିବୀର ସବୁଠୁ ଶକ୍ତିଶାଳୀ ଅଥଚ କୋମଳ ଅନୁଭବ ଟିଏ। ଏକଥା କେମିତି ଭୁଲିଯାଉଥିଲି।

ମନେ ମନେ ହସିଲା ସ୍ୱାତି। ପ୍ରେମ କରି ଜାଣିଛି ଜୀବନ ଟା କେତେ ମଧୁର ଓ ସୁନ୍ଦର!

ମୁଁ ଓଠ ଖୋଲି କହିପାରିଲିନିି ଆଉ ତୁମେ ବି ମୋ ନୀରବତା କୁ ବୁଝିପାରିଲନି ।

ସ୍ୱାତୀ ଭୁଲି ପାରୁନଥିଲା।ଓଃ କି ଯନ୍ତ୍ରଣା …କି ଦାରୁଣ କଷ୍ଟ ଅନୁଭବ, ବ୍ୟକ୍ତ କରିପାରୁନଥିଲା ସେ।

ନିଜ ଦେହ ଠାରୁ ଆତ୍ମାକୁ ଭିନ୍ନ କରିବା,

ଶରୀର ଠାରୁ ଛାଇ କୁ ଅଲଗା କରିବା

ଫୁଲଠୁ ସୁବାସ କୁ ଛିନ୍ନ କରିବା

କେମିତି ସମ୍ଭବ କୁହ ?

ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । ସେ ସେମିତି ନିଶ୍ଚଳ ହୋଇ ଢେର ସମୟ ବିଛଣାରେ ପଡି ରହିଲା। ରଂଜନକୁ ଭୁଲିବାର ସବୁ ଚେଷ୍ଟା ସତ୍ୱେ ଆହୁରି ମନେ ପକେଉ ଥିଲା। ଦେହ ,ହାତ ଅବଶ।ଜୀବନ ନଥିଲା ପରି।

ଏତେ ଦୁର୍ବଳ ମୁଁ କେମିତି ହୋଇଯାଉଛି। ଆର୍ଶ୍ଚଯ୍ୟ ଲାଗୁଥିଲା । ଏକଦମ୍ ଆର୍ଶ୍ଚଯ୍ୟ ହେଇଯାଉଥିଲା ସ୍ୱାତି।

ନା ବେଳେ ବେଳେ କିଛି ଜିନିଷ ଉପରେ ଆମର କତ୍ତୃତ୍ୱ ନଥାଏ।ନିଜ ହାତ ପାଆନ୍ତା ରେ ଥିବା ସବୁ ଜିନିଷ ବି ଆମର ଏକାନ୍ତ ହୋଇ ବି ହୋଇ ନଥାଏ।

ସୁଲୁସୁଳିଆ ପବନ ସ୍ୱାତୀ ଦେହରେ ବାଜି ତାକୁ ଶିହିରିତ କରି ଫେରିଯାଉଥିଲା । କଅଁଳିଆ ଖରା ତା ହେମାଳ ଦେହରେ ମୃଦୁ ଉତ୍ତାପ ଦେଇ ତାକୁ ଆନନ୍ଦ ଦେଉଥିଲା । ବଗିଚାର ଅଜସ୍ର ଫୁଲ ତା ମନରେ ସତେଜତା ,ଶାନ୍ତି,ଓ ପ୍ରସନ୍ନତା ଆଣି ଦେଉଥିଲେ।

ସେ ବଗିଚା ରେ ବସି କେବଳ ତାକୁ ହିଁ ଅନୁଭଵ କରୁଥିଲା। ଦୂରରୁ ଭଲପାଇ ଆନନ୍ଦିତ ହେଉଥିଲା ।କେହି କାହାଠୁ ବିଛିନ୍ନ ହେଇପାରୁନଥିଲେ,କି ସବୁ ସମୟରେ ନିଜର ବି ହୋଇପାରୁନଥଲେ।

ଗୋଟିଏ ଅନ୍ତହିନ ପ୍ରତୀକ୍ଷା ଖାଲି ତା ଆଗରେ…