Odisha Link
Bridging the Missing Links in Odisha

ଦିଆସିଲ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଜାତୀୟ ରାଜପଥ ୧୬ ଛତାବର ନିକଟରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଟ୍ରକ ଛାଡି ଡ୍ରାଇଭର ଫେରାର । ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କଲେ ।
ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୪ଟା ୩୦ମିନିଟ୍ ସମୟ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥ ଛତାବରଠାରେ ଚଳନ୍ତା ଟ୍ରକରେ ଲାଗିଗଲା ନିଆଁ । ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଏହି ଟ୍ରକରେ ଦିଆସିଲ ବୋଝେଇ ହୋଇ କଟକରୁ ଭଦ୍ରକ ଅଭିମୁଖେ ଆସୁଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ଭଣ୍ଡାରିପୋଖରୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.