Odisha Link
Bridging the Missing Links in Odisha

ଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଟିମ୍‌ : ଟେବୁଲ ଟେନିସ୍ ଚାମ୍ପିୟନସିପ୍

କଟକ : କଟକ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ୍‌ର ଟିମ୍ ଇଭେଣ୍ଟ ଫାଇନାଲରେ ଭାରତ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଟିମ୍ ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ ସେମିଫାଇନାଲରେ ଶକ୍ତିଶାଳୀ ସିଙ୍ଗାପୁରକୁ ୩-୦ରେ ପରାସ୍ତ କରି ଫାଇନାଲକୁ ପହଞ୍ଚିଛି। ଏହା ପୂର୍ବରୁ ଆଜି ଭାରତୀୟ ମହିଳା ଦଳ ମଧ୍ୟ ଟିମ୍ ଇଭେଣ୍ଟର ସେମିଫାଇନାଲରେ ସିଙ୍ଗାପୁରକୁ ହରାଇ ଫାଇନାଲରେ ପହଞ୍ଚିଛି।
ଷ୍ଟାର୍ ଖେଳାଳି ମନିକା ବାତ୍ରାଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ମହିଳା ଟିମ୍‌କୁ କଡ଼ା ଚାଲେଞ୍ଜ ଦେଇଥିଲା ସିଙ୍ଗାପୁର ମହିଳା ଟିମ୍। ତେବେ ଫର୍ମରେ ଥିବା ଓ ଘରୋଇ ପରିବେଶରେ ଖେଳୁଥିବା ଭାରତୀୟ ଟିମ୍ ସେମାନଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା ।

Comments are closed.