Odisha Link
Bridging the Missing Links in Odisha

ସନି ଲିଓନିଙ୍କ ଫୋନ ନମ୍ବର ଦି‌ଲ୍ଲୀ ଯୁବକଙ୍କ ନିଦ ହଜାଇଲା

ନୂଆଦିଲ୍ଲୀ: ଗତ ସପ୍ତାହରେ ସିଲଭର ସ୍କ୍ରିନକୁ ଆସିଛି ବଲିଉଡ଼ ଫିଲ୍ମ ଅର୍ଜୁନ ପଟିଆଲା। ଫିଲ୍ମର ଏକ ଡାଇଲଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅର୍ଜୁନ ପଟିଆଲା ଫିଲ୍ମରେ ଅଭିନେତ୍ରୀ ସନି ଲିଓନି ଏକ ଡାଇଲଗରେ ଏକ ଫୋନ ନମ୍ବର କହୁଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା। ଏ ନମ୍ବରକୁ ନେଇ ଚର୍ଚ୍ଚା ଲାଗିବ ବୋଲି ଫିଲ୍ମ କ୍ରୁ ମେମ୍ବର ମଧ୍ୟ କେବେ ଆଶା କରିନଥିଲେ। ଫିଲ୍ମରେ ସନି ଲିଓନ କହିଥିବା ନମ୍ବରଟି ହେଉଛି ମୌର୍ଯ୍ୟ ଏକ୍ଲେବ ଅଞ୍ଚଳରେ ରହୁଥିବା ପୁନିତ୍‌ ଅଗ୍ରଓ୍ବାଲଙ୍କର। ସେ ଏକ ପ୍ରାଇଭେଟ୍‌ କମ୍ପାନୀରେ ସିନିୟର ଏଜକ୍ୟୁଟିଭ୍‌ ଭାବରେ କାମ କରୁଛନ୍ତି। ପୁନିତଙ୍କୁ ଗତ ଦୁଇ ତିନି ଦିନ ହେବ ଅଶ୍ଲିଳ ଏବଂ ଅଭଦ୍ର ଭାଷାରେ ଫୋନ କଲ ଆସୁଛି। ଏହାଦ୍ବାରା ଚିନ୍ତିତ ହୋଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀଙ୍କ କହିବା ମୁତାବିକ ଫିଲ୍ମ ଅର୍ଜୁନ ପଟିଆଲାରେ ସନିଲିଓନ କହୁଥିବା ଫୋନ ନମ୍ବରଟି ହେଉଛି ତାଙ୍କର ଆଉ ସେ ବ୍ୟକ୍ତିଙ୍କ ନାମ ହେଉଛି। ପୁନିତ୍‌ ଅଗ୍ରଓ୍ବାଲ। ସେହି ବ୍ୟକ୍ତି ପ୍ରିତମପୁର ଅଞ୍ଚଳର ବୋଲି ଜଣାପଡିଛି। ପୁନିତ୍‌ ଙ୍କ କହିବା ମୁତାବକ୍‌ ଫିଲ୍ମ ଶୁକ୍ରବାର ଠାରୁ ରିଲିଜ୍‌ ହୋଇଛି। ଏବଂ ସେହି ଦିନଠାରୁ ତାଙ୍କୁ ଦିନକୁ ୪୦୦ରୁ ଅଧିକ ଫୋନ କଲ୍‌ ଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରିତମ କଲରଙ୍କୁ ଏହି ନମ୍ବର କେଉଁଠାରୁ ପାଇଲେ ବୋଲି ପଚାରିବାରୁ ସମସ୍ତେ ଗୋଟିଏ ଉତ୍ତର ଦେଉଛନ୍ତି। ସମସ୍ତେ କହୁଛନ୍ତି ଏହି ନମ୍ବର ଫିଲ୍ମରେ ସନି ଲିଓନ କହିଛନ୍ତି। ଏହା ସହିତ କଲ କରିଥିବା ବ୍ୟକ୍ତି ବାରମ୍ବାର ସନି ଲିଓନଙ୍କ ସହିତ କଥା ହେବାକୁ ଦାବି କରୁଛନ୍ତି। ଯେତେବେଳେ ଏହି ବ୍ୟକ୍ତି ଜଣଙ୍କ ନିଜ ଫୋନ ନମ୍ବର ଏବଂ ଏହା ସନିଲିଓନଙ୍କ ନମ୍ବର ନୁହେଁ ବୋଲି କହୁଛନ୍ତି। ସେତେବେଳେ କଲ୍‌ କରିଥିବା ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି।

Comments are closed.