Odisha Link
Bridging the Missing Links in Odisha

ଗାଁକୁ ଗାଁ ଚାଲି ଚାଲି ଅଭିଯୋଗ ଶୁଣିଲେ ଅରୁଣ, ଦେଖନ୍ତୁ ଭିଡିଓ

ନୟାଗଡ଼: ବର୍ତ୍ତମାନ ଓଡ଼ିଶା ରାଜନୀତିରେ ସବୁଠୁ ଚର୍ଚ୍ଚିତ ନେତା ହେଉଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ନିଜର ନିଆର କାର୍ଯ୍ୟଶୈଳୀ ପାଇଁ ସଦାବେଳେ ଚର୍ଚ୍ଚାରେ ଥାଆନ୍ତି ଅରୁଣ।

କେତେବେଳ ବସ୍ ଷ୍ଟାଣ୍ଡରେ ଲୋକଙ୍କ ସୁବିଧା ଅସୁବିଧା ଜାଣିବା ପାଇଁ ଜନଶୁଣାଣି ଅଭିଯୋଗ ଶିବିର ଖୋଲି ଲୋକଙ୍କ ଦୁଃଖ ବୁଝିଥା’ନ୍ତି ତ ଆଉ କେତେବେଳେ ଲୋକଙ୍କ ସେବା କରି ଚର୍ଚ୍ଚାରେ ଥାଆନ୍ତି ଅରୁଣ। ତେବେ ଏଥର ଟିକେ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି ନୟାଗଡ଼ର ବିଧାୟକ।

ଟ୍ରାକସୁଟ୍ ଏବଂ ସ୍ପୋର୍ଟସ ଜୋତା ପିନ୍ଧି ବାହାରିଲେ ସନ୍ଧ୍ୟା ଭ୍ରମଣରେ। ସାଙ୍ଗରେ ଚାଲିଲେ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ସାଧାରଣ ଜନତା। ଆଗକୁ ଆଗକୁ ଚାଲିବା ସହିତ ଲୋକ ମାନଙ୍କର ଅଭିଯୋଗକୁ ଶୁଣିବା ଏବଂ ସମାଧାନ କରିବାରେ ଲାଗିପଡ଼ିଲେ ମନ୍ତ୍ରୀ।

ପୁଣି କେଉଁଠି ଅଟକି ବୟସ୍କ ଲୋକଙ୍କୁ ଶୁଣିଥିଲେ ତ କେଉଁଠି ଛୋଟ ପଲାଙ୍କ ସହ ହସଗମାତ କରିଥିଲେ।

ନୟାଗଡ଼ ସହର ଉପକଣ୍ଠ ଦୁର୍ଗାପ୍ରସାଦ ଠାରୁ ବାହାରି ଘଡୁଆଳ, ନୂଆ ଘଡୁଆଳ, ବ୍ରଜବଲ୍ଲବ ପୁର ହେଇ ପହଞ୍ଚିଥିଲେ ଗୁପ୍ତପଲ୍ଲୀ ପାଖରେ। ପାଖାପାଖି ୭ କିମି ର ପଦଯାତ୍ରାରେ ବାଟରେ ପଡୁଥିବା ଗାଁ ମାନଙ୍କରେ ଲୋକମାନଙ୍କ ସାଙ୍ଗରେ ମିଶିବା ସହିତ ବୁଝିଥିଲେ ସେମାନଙ୍କର ସୁଖ ଦୁଃଖ।

Comments are closed.