Odisha Link
Bridging the Missing Links in Odisha

କ୍ରିକେଟ୍‌ରେ ‘ସ୍ମାର୍ଟବଲ୍’

ଓ୍ବେଲିଂଟନ୍: ସାରା ବିଶ୍ବରେ କ୍ରିକେଟ ଏକ ଜଣାଶୁଣା ଖେଳ। କ୍ରିକେଟକୁ ଅଧିକ ସ୍ବଚ୍ଛ କରିବା ପାଇଁ ନିୟମିତ କିଛି ନା କିଛି ନୂଆ ଟେକନିକର ବ୍ୟବହାର କରାଯାଉଛି। ପୂର୍ବରୁ ବ୍ୟାଟରେ ସେନସର ଲଗାଯିବା ପରେ ଏବେ କ୍ରିକେଟରେ ସ୍ମାର୍ଟବଲ୍‌ ଦେଖିବାକୁ ମିଳିବ, ଯେଉଥିରେ ମାଇକ୍ରୋଚିପ୍‌ ଲାଗିଥିବ। ମାଇକ୍ରୋଚିପ୍‌ କ୍ରିକେଟ୍‌ ବଲର ଉନ୍ମୋଚନ ଅଷ୍ଟ୍ରେଲିଆର ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍(ବିବିଏଲ୍)ରେ କରାଯିବ ବୋଲି ସୂଚନା ରହିଛି। ଅଷ୍ଟ୍ରେଲୀୟ କମ୍ପାନୀ କୁକାବୁରା ଏଭଳି ସ୍କାର୍ଟବଲର ନିର୍ମାଣ କାମ ନେଇଛି। ଏଭଳି ସ୍ମାର୍ଟବଲ ମଧ୍ୟ ତିଆର କରି ସାରିଛି କୁକାବୁରା। ସ୍ମାର୍ଟବଲର ବିକାଶ ପାଇଁ ବଲ ନିର୍ମାରକାରୀ କମ୍ପାନି ଟେମ୍‌ ଇନୋଭେଟର୍ସ ସ୍ପୋର୍ଟ୍ସ କାର୍‌ ସହ ଚୁକ୍ତି କରିଛି। ବଲରେ ଲାଗିଥିବା ଚିପ୍‌ ରିୟଲ ଟାଇମ୍‌ ଡାଟା ପ୍ରଦାନ କରିବ। ଏହି ବଲ୍‌ ଦେଖିବାକୁ ଠିକ୍‌ ପୁରୁଣା କୁକାବୁରା ବଲ୍‌ ଭଳି ଏବଂ ଏହା ସେହିଭଳି ମୁଭ୍‌ ମଧ୍ୟ କରିବ।

ବଲର ବିଶେଷତ୍ବ:
ଏହି ବଲର ବିଶେଷତ୍ବ ହେଉଛି, ବଲ୍‌ ପକାଇବା ସମୟରେ ହିଁ ଚିପ୍‌ରୁ ଡାଟା ମିଳିଯିବ। ଏଥିରେ ଲାଗିଥିବା ଚିପ୍‌ ଏହାର ସ୍ପିଡ଼୍, ପ୍ରିବାଉନ୍ସ ଓ ପୋଷ୍ଟ ବାଉନ୍ସ ମଧ୍ୟ ଦର୍ଶାଇବ। କ୍ରିକେଟ୍‌ ମଇଦାନରେ ଏଭଳି ସ୍ମାର୍ଟବଲ୍‌ ଆସିବା ଦ୍ବାରା ଅମ୍ପାୟାରଙ୍କୁ ରିଭ୍ୟୁ ସିଷ୍ଟମରେ ମଧ୍ୟ ସହାୟତା ମିଳିବ। ବିଗ୍‌ ବାସ୍‌ ଲିଗ୍‌ରେ ବ୍ୟବହାର କରିବା ପରେ ଏହାକୁ ସାରା ବିଶ୍ବସ୍ତରକୁ ଅଣାଯିବ। ସୂଚନାଥାଉକି, ବିଶ୍ବକପ୍‌ ବେଳେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ଣ୍ଣର ସନେସର୍‌ ବ୍ୟାଟର ବ୍ୟବହାର କରିଥିଲେ।

Comments are closed.