Odisha Link
Bridging the Missing Links in Odisha

ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ: ତୃତୀୟ ସ୍ଥାନରେ ନବୀନ

ଭୁବନେଶ୍ବର: ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ହୋଇଥିବା ମୁଡ ଅଫ୍ ନେସନ ସର୍ଭେରେ ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା ପ୍ରକାଶ ପାଇଛି। ଏଥିରେ ଦେଶର ସର୍ବାଧିକ ଲୋକପ୍ରିୟ ଏବଂ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଭିତରେ ଯୋଗୀ ଆଦିତ୍ୟ ନାଥ ଶୀର୍ଷ ସ୍ଥାନରେ ଅଛନ୍ତି। ସେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ ହୋଇଛନ୍ତି।

ଏହି ସର୍ଭେରେ ଦର୍ଶା ଯାଇଛି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଦ୍ୱିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଦେଶର ୩ ଜଣ ମୁଖ୍ୟମନ୍ତ୍ରୀ। ଓଡିଶାର ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ମହାରଷ୍ଟ୍ର ମୁଖୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡିସ। ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ୪ଥର ଲଗାତାର ଭାବରେ ଏକ ନମ୍ବର ସ୍ଥାନରେ ରହି ଆସୁଥିଲେ। ହେଲେ ତାଙ୍କୁ ମାତ୍‌ ଦେଇ ୪ର୍ଥ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ ଯୁବ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଫଳରେ ଏଥର ମମତା ୫ମ ସ୍ଥାନକୁ ଖସି ଆସିଛନ୍ତି।

ଏହି ମୁଖ୍ୟମନ୍ତ୍ରୀ ମାନଙ୍କୁ ନେଇ ଦେଶରେ ଜନମତ ସଂଗ୍ରହ କରା ଯାଇଥିଲା। ଏଥିରେ ଯୋଗୀ ଆଦିତ୍ୟ ନାଥଙ୍କୁ ୨୦ ପ୍ରତିଶତ ଲୋକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚନା କରିଥିଲା ବେଳେ ନିତିଶ କୁମାରଙ୍କୁ ୧୦ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୮ପ୍ରଚତିଶତ ଲୋକଙ୍କ ସମର୍ଥନ ମିଳିଛି। ସେହିପରି କେଜରିଓ୍ବାଲ ଓ ଫର୍ଣ୍ଣାଡିସଙ୍କୁ ମଧ୍ୟ ୮ ପ୍ରତିଶତ ସମର୍ଥନ ମିଳିଛି। ନିକଟରେ ଶେଷ ହୋଇଥିବା ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଓ୍ବାଇ ଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡୀ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛନ୍ତି। ସ୍ୱଳ୍ପ ସମୟ ଭିତରେ ସେ ତାଙ୍କ ଲୋକପ୍ରିୟତାର ପ୍ରମାଣ ଦେଇ ଚତୁର୍ଥ ସ୍ଥାନକୁ ଆସିଛନ୍ତି। ତାଙ୍କୁ ଦେଶର ୭ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୬ ପ୍ରତିଶତ ଲୋକ ଲୋକପ୍ରିୟ ବୋଲି ମତ ଦେଇଛନ୍ତି।

Comments are closed.