Odisha Link
Bridging the Missing Links in Odisha

ଶୋଇଥିବା ବେଳେ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନେକଡାପସି ଗାଁରେ ଡବଲ ମର୍ଡର ହୋଇଛି। ଘରେ ଶୋଇଥିବା ବେଳେ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଚେତନ ମୁଣ୍ଡା ଓ ସୁବାଷ ମୁଣ୍ଡା। ସେହି ଗାଁର ରାମ ମୁଣ୍ଡା ଉଭୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ରାମ ମୁଣ୍ଡା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.