Odisha Link
Bridging the Missing Links in Odisha

ସୋସିଆଲ୍‌ ମିଡିଆରେ ଆଧାର ସଂଯୋଗ ମାମଲା: ୧୩ ସେପ୍ଟେମ୍ବରରେ ହେବ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ସହିତ ଆଧାର କାର୍ଡ ସଂଯୋଗ ମାମଲାରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ ନୋଟିସ୍‌ ଜାରି କରିଛନ୍ତି। ଏନେଇ ଫେସ୍‌ବୁକ୍‌ ପକ୍ଷରୁ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା। ଫେସ୍‌ବୁକ୍‌ ପକ୍ଷରୁ ବରିଷ୍ଠ ଅଧିବକ୍ତା ମୁକୁଲ୍‌ ରୋହତଗି କେରଳ ହାଇକୋର୍ଟଙ୍କ ରାୟ ସମ୍ପର୍କରେ ସୂଚିତ କରିଥିଲେ ଯେ, ଗୋଟିଏ ଦେଶରେ ଦୁଇଟି ଆଇନ ବ୍ୟବସ୍ଥା ହୋଇପାରିବ ନାହିଁ। ଅପରପକ୍ଷରେ ହ୍ବାଟସ୍‌ଅପ୍‌ ପକ୍ଷରୁ କପିଲ୍‌ ଶିବଲ୍‌ କହିଲେ ଯେ, ମୁଖ୍ୟ ମାମଲା ହ୍ବାଟସ୍‌ଆପ୍‌ ସହିତ ଜଡିତ। ଏହା ସରକାରଙ୍କ ନୀତି ସହିତ ସମ୍ବନ୍ଧିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩ରେ ହେବ ବୋଲି ସର୍ବୋଚ୍ଚ ଅଦାଲତ ସୂଚନା ଦେଇଛନ୍ତି।

Comments are closed.