Odisha Link
Bridging the Missing Links in Odisha

ପୁଲିସ ବିଭାଗକୁ ବଡ଼ ସଫଳତା; ୯ ମାଓବାଦୀଙ୍କ ଆତ୍ମସମର୍ପଣ

ଓଏଲ୍‌ ବ୍ୟୁରୋ: ପୁଲିସ ବିଭାଗକୁ ବଡ଼ ସଫଳତା ମିଳିଛି। ବୌଦ୍ଧରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୯ ମାଓବାଦୀଙ୍କ ମଧ୍ୟରୁ ୨ ମହିଳା ରହିଛନ୍ତି। ସମସ୍ତ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ାର କେକେବିଏନ ସହ ଜଡ଼ିତ ଥିଲେ।୨ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ଗତ ଏପ୍ରିଲ ୧୬ ତାରିଖରେ ୨୬ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଦାନ୍ତେୱାଡ଼ା ପୁଲିସ ନିକଟରେ ଏକାସଙ୍ଗେ ଆତ୍ମସମର୍ପଣ କରିଥିଲେ। ୨ ନାବାଳକ, ୫ ମହିଳା ମାଓବାଦିଙ୍କ ସମେତ ୨୬ ଜଣ ଆତ୍ମସମର୍ପଣ କରିଥିଲେ। ଜଣେ ମାଓବାଦୀ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବାବେଳେ ୨୬ ଜଣ ଆତ୍ମସମର୍ପଣ କରିଥିଲେ।

Leave A Reply

Your email address will not be published.