Odisha Link
Bridging the Missing Links in Odisha

ସିବିଆଇ ଅଧିକାରୀଙ୍କୁ ପ୍ରଶ୍ନ କରୁଛନ୍ତି ଚିଦାମ୍ବରମ୍

ନୂଆଦିଲ୍ଲୀ: ଗିରଫ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଜେରା କରୁଛି ସିବିଆଇ। ସିବିଆଇ ପକ୍ଷରୁ ପଚରା ଉଚରା କରାଯାଉଛି। ତେବେ ସେ ଏଥିରେ ସହଯୋଗ କରୁ ନ ଥିବା କୁହାଯାଉଛି। ସିବିଆଇ ଅଧିକାରୀଙ୍କ ପ୍ରଶ୍ନରେ ସେ ଓଲଟା ପ୍ରଶ୍ନ ପଚାରୁଛନ୍ତି। ଗୁରୁବାର ପୂର୍ବାହ୍ନ ୮ ଠାରୁ ପଚରାଉଚରା କରାଯାଉଛି। କେତେକ ପ୍ରଶ୍ନରେ ସେ ସିବିଆଇ ଅଧିକାରୀଙ୍କୁ ଆଇନର ଦଫା ସମ୍ପର୍କରେ ଅବଗତ କରାଉଛନ୍ତି। ଫଳରେ ତଦନ୍ତରେ ବାଧା ସୃଷ୍ଟି ହେଉଥିବା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଆଜି ଅପରାହ୍ନରେ ତାଙ୍କୁ ସିବିଆଇ କୋର୍ଟରେ ତାଙ୍କୁ ହାଜର କରାଯିବା ନେଇ ସୂଚନା ରହିଛି।

Comments are closed.