Odisha Link
Bridging the Missing Links in Odisha

ପ୍ଲାଟଫର୍ମରୁ ସେଲିବ୍ରିଟି ହୋଇଥିବା ରାନୁ ମଣ୍ଡଳଙ୍କ ଭାଗ୍ୟ ବଦଳେଇଲା କିଏ? ଜାଣନ୍ତୁ

ନୂଆଦିଲ୍ଲୀ: ଆଜିର ଦିନରେ ଦେଶର ସବୁଠାରୁ ଚର୍ଚ୍ଚାରେ ରହୁଥିବା ମହିଳା ହେଲେ ରାନୁ ମଣ୍ଡଳ। ଆପଣଙ୍କ ପାଇଁ ତ ଏନାମ ଏବେ ଆଉ ଅଛପା ହୋଇ ରହିନଥିବ। ରାନୁ ମଣ୍ଡଳ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି। ନିଜର କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଫ୍ୟାନ୍‌ଙ୍କ ସଂଖ୍ୟା ବଢ଼ାଇ ଚାଲିଥିବାବେଳେ ତାଙ୍କ ଗୀତ ବର୍ତ୍ତମାନ ବଲିଉଡ୍‌ରେ ପହଞ୍ଚିଛି। ହିମେଶ ରେଶମିୟା ମଧ୍ୟ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି, କିନ୍ତୁ ରାନୁ ଯାହା ଯୋଗୁ ଆଜି ଏତେ ବାଟରେ ପହଞ୍ଚିଛନ୍ତି ହୁଏତ ତାଙ୍କୁ କେହି ଜାଣି ନ ଥିବେ। ସେ ହେଉଛନ୍ତି, ରାଣାଘାଟରେ ରହୁଥିବା ଯୁବ ସଫ୍ଟଓ୍ବେୟାର ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ। ଏହି ଯୁବକଙ୍କ ଯୋଗୁ ରାତାରାତି ବଦଳିଗଲା ରାନୁ ମଣ୍ଡଳଙ୍କ ଭାଗ୍ୟ।

ରାନୁ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିଲେ। କିଛି ଲୋକ ଗୀତ ଶୁଣିବା ପାଇଁ ଠିଆ ହୋଇଯାଉଥିଲେ ତ ଆଉ କିଛି ଅଣଦେଖା କରି ଚାଲିଯାଉଥିଲେ। ରାନୁ କେବଳ ପୁରୁଣା ଗୀତ ଗାଉଥିଲେ। ବିଶେଷକରି ରାନୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ୍‌ ପ୍ୟାର୍‌ କା ନଗ୍‌ମା’ ଗାଇ ରାତାରାତି ଷ୍ଟାର ହୋଇଗଲେ। ରାନୁ ଷ୍ଟେଶନରେ ଏହି ଗୀତଟିକୁ ଗାଉଥିବା ସମୟରେ ଅତିନ୍ଦ୍ର ସେଠାରେ ଉପସ୍ଥିତ ଥିଲେ। ସେହି ସମୟରେ ମୋବାଇଲରେ ଗୀତଟିକୁ ରେକର୍ଡିଂ କରି ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ, ଯେଉଁଥିପାଇଁ ରାନୁ ଆଜି ଏହି ଜାଗାରେ ପହଞ୍ଚିଛନ୍ତି।

ନିକଟରେ ରାନୁ ହିମେଶଙ୍କ ଗୀତ ଷ୍ଟୁଡିଓରେ ଗାଉଥିବା ବେଳେ ଅତିନ୍ଦ୍ର ସେଠାରେ ଉପସ୍ଥିତ ଥିଲେ। ତାଙ୍କର ଏହି ଭିଡିଓଟି ଜଣେ ମହିଳାଙ୍କ ଜୀବନ ବଦଳାଇଦେବ ବୋଲି ସେ ଏବେବି ବିଶ୍ୱାସ କରିପାରୁନାହାନ୍ତି। ରାନୁଙ୍କୁ ସୁଯୋଗ ଦେଇଥିବାରୁ ହିମେଶଙ୍କୁ ଧନ୍ୟବାଦ ଦେଇଛନ୍ତି ଅତିନ୍ଦ୍ର। ଭିଡିଓ ପରେ ଅତିନ୍ଦ୍ର ସବୁବେଳେ ରାନୁଙ୍କ ସହ ଯୋଗାଯୋଗରେ ଅଛନ୍ତି।

ପ୍ଲାଟଫର୍ମରୁ ସେଲିବ୍ରିଟି, ଦେଖନ୍ତୁ ଭିଡିଓ

Comments are closed.