Odisha Link
Bridging the Missing Links in Odisha

ଅଶାଳୀନ ବ୍ୟବହାର କରିଥିବା ଅଟୋ ଡ୍ରାଇଭରକୁ ଉଚିତ ଜବାବ ଦେଲେ ଯୁବତୀ

ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବିଚ୍ ରାସ୍ତାରେ ଅଟୋ ଡ୍ରାଇଭରଙ୍କୁ ମାଡ ମାରିଛନ୍ତି ଯୁବତୀ। କଣ ପାଇଁ ମାଡ ମାରୁଛନ୍ତି ଏହି ଯୁବତୀ ? କଣ ଏମିତି କଲେ ଅଟୋ ଡ୍ରାଇଭର ? କାହିଁକି ବିଚ୍ ରାସ୍ତାରେ ଚପଲ ଓହ୍ଲାଇବାକୁ ପଡିଲା ଯୁବତୀଙ୍କୁ ? ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା…
ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଜଣେ ଯୁବତୀ କୌଣସି କାମରେ ଭଦ୍ରକ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ। ସେହି ସମୟରେ ଗୋଟିଏ ଅଟୋ ସେହି ରାସ୍ତା ଦେଇ ଯାଉଥିଲା। ମାତ୍ର ଅଟୋରେ ଲୋକ ଭର୍ତ୍ତି ଥିଲେ। ଫଳରେ ଡ୍ରାଇଭର ଜଣଙ୍କ ତାଙ୍କୁ ଡ୍ରାଇଭର ପାଖ ସିଟ୍ ରେ ବସିବାକୁ କହିଥିଲେ। ଯୁବତୀ ଜଣଙ୍କ ପ୍ରଥମେ ସଙ୍କୋଚ କରିଥିଲେ ମାତ୍ର ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ସେ ଡ୍ରାଇଭର ପାଖରେ ବସି ଯାଇଥିଲେ। ରାସ୍ତାରେ ଧିରେ ଧିରେ ଅଟୋରୁ ଲୋକ ଓହ୍ଲାଇବାକୁ ଲାଗିଥିଲେ। ଅଟୋଟି ଫାଙ୍କା ହୋଇଯାଇଥିଲା। ଯାହାର ସୁଯୋଗ ନେଇ ସଂପୃକ୍ତ ଅଟୋ ଡ୍ରାଇଭର ଯୁବତୀଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଯୁବତୀ ଅନ୍ୟ କିଛି ଉପାୟ ନପାଇ ଅଟୋରୁ ଓହ୍ଲାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଗନ୍ତବ୍ୟସ୍ଥଳରେ ଅଟୋରୁ ଓହ୍ଲାଇବା ପରେ ସାହାସ କରି ଯୁବତୀ ଜଣଙ୍କ ଚପଲ ଓହ୍ଲାଇ ଅଟୋ ଡ୍ରାଇଭରଙ୍କୁ ସେକିବା ସହ ଗାଳି ଗୁଲଜ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ଏସବୁ ଦେଖି ଲୋକମାନେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ଯୁବତୀଙ୍କ ସାହାସକୁ ସମସ୍ତେ ପ୍ରଶଂସା କରିଥିଲେ।

Comments are closed.