Odisha Link
Bridging the Missing Links in Odisha

ଜେଟଲୀଙ୍କ ସହ ପ୍ରଥମ ଦେଖାକୁ ମନେ ପକାଇଲେ ଥରୁର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପରଲୋକ ପରେ ତାଙ୍କ ସହ ପ୍ରଥମ ଭେଟ ନେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଟ୍ୱିଟ୍‌ କରିଛନ୍ତି। ସେ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ମୋ ବନ୍ଧୁ ତଥା ଦିଲ୍ଲୀ ୟୁନିଭର୍ସିଟି ସିନିଅର ଅରୁଣ ଜେଟଲୀଙ୍କ ଦୁଃଖଦ ଦେହାନ୍ତରେ ଗଭୀର ମର୍ମାହତ।

ସେ ପ୍ରଥମ ଭେଟ ବାବଦରେ କହିଛନ୍ତି, ସେ ଯେତେବେଳେ ଦିଲ୍ଲୀ ୟୁନିଭର୍ସିଟି ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ ସଭାପତି ଥିଲେ, ମୁଁ ତାଙ୍କ ସହ ଭେଟ ହୋଇଥିଲି। ମୁଁ ସେତେବେଳେ ସେଣ୍ଟଷ୍ଟିଫେନ୍‌ କଲେଜ ୟୁନିଅନ୍‌ ସଭାପତି ଥିଲି। ରାଜନୀତିକ ଭିନ୍ନ ମତ ସତ୍ତ୍ୱେ ଆମ ସହ ଭଲ ବୁଝାମଣା ଥିଲା। ଆମେ ପରେ ଲୋକସଭାରେ ବଜେଟ୍‌କୁ ନେଇ ତର୍କ ମଧ୍ୟ କରିଛୁ। ସେ ଏକ ଫଟୋ ସହ ଏହି ଟ୍ୱିଟ୍‌ରେ ଲେଖିଛନ୍ତି ତାଙ୍କ ବିୟୋଗ ଭାରତ ପାଇଁ ଏକ ବଡ଼ କ୍ଷତି।

Comments are closed.