Odisha Link
Bridging the Missing Links in Odisha

ଜାମ୍ମୁ- କାଶ୍ମୀର କେ ବିସ୍ମୃତ ଅଧ୍ୟାୟ କୁଷକ ବକୁଲା ରିମ୍‌ପୋଛେ ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଲୋକାର୍ପିତ

ଭୁବନେଶ୍ବର : ଇତିହାସ ହେଉଛି ଚିର ପ୍ରେରଣା ଓ ଉତ୍ସାହର ଉତ୍ସ। ଅନେକ ବ୍ୟକ୍ତି ଇତିହାସ ନିର୍ମାଣ କରିନ୍ତି, କିନ୍ତୁ ସୋମନଙ୍କ ଅଜ୍ଞାତ ଅଧ୍ୟାୟକୁ ଲୋକଲୋଚନକୁ ଅଣିବା ଓ ବିସ୍ମୃତ ବ୍ୟକ୍ତିଙ୍କୁ ପୁନଃଉପସ୍ଥାପିତ କରିବା ଏକ ମହତ ପ୍ରୟାସ ବୋଲି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲା ଡ. କୁଲଦୀପ ଚନ୍ଦ ଅଗ୍ନିହୋତ୍ରୀଙ୍କ ଜାମ୍ମୁ- କାଶ୍ମୀର କେ ବିସ୍ମୃତ ଅଧ୍ୟାୟ କୁଷକ ବଲୁକା ରିମପୋଛେ ପୁସ୍ତକକୁ ଲୋକାର୍ପଣ କରି ପ୍ରକାଶ କରିଛନ୍ତି।
ଆଜି ଜାମ୍ମୁ- କାଶ୍ମୀର ଅଧ୍ୟୟନ କେନ୍ଦ୍ର, ଓଡ଼ିଶା ଶାଖା ପକ୍ଷରୁ ରାଜଭବନରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଜାମ୍ମୁ- କାଶ୍ମୀର ସହିତ ହୋଇଥିବା ଅବିଚାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିବା କୁଷକ ବକୁଲା ରିମପୋଛେଙ୍କୁ ଇତିହାସରୁ ଆଣି ନୂତନ ପିଢ଼ି ପାଖରେ ପହଞ୍ଚାଇବା ସାଂପ୍ରତିକ ସମୟର ଏକ ବିଶେଷ ଉପଲବ୍ଧି। ପୁସ୍ତକର ଲେଖକ ତଥା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ହିମାଚଳ ପ୍ରଦେଶର କୁଳପତି କୁଲଦୀପ ଚନ୍ଦ ଅଗ୍ନିହୋତ୍ରୀ ଜାମ୍ମୁ- କାଶ୍ମୀରର ଇତିହାସ ଓ ଐତିହ୍ୟ ସଂପର୍କରେ ଆଲୋଚନା କରି ସ୍ବର୍ଗତ ରିମପୋଛେଙ୍କ ଅବଦାନ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଉତ୍ସବରେ ନାରାୟଣ ମହାନ୍ତି, ସମନ୍ବୟ ନନ୍ଦ, ଅନୀଲ ବିଶ୍ବାଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ପ୍ରଥମ ମହିଳା ସୁଶୀଲା ଦେବୀ ଉପସ୍ଥିତ ଥିଲେ।

Comments are closed.