Odisha Link
Bridging the Missing Links in Odisha

ବେଳାଭୂମି ଅଞ୍ଜଳରୁ ବେଆଇନ ନିର୍ମାଣକୁ ଉଛେଦ କରୁଛି ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟ ଅଞ୍ଚଳରୁ ଜବରଦଖଲ ମୁକ୍ତ ହେବା ପରେ ପ୍ରଶାସନର ନଜର ଏବେ ପୁରୀ ସି ବିଚ୍ ଉପରେ। ଏହି କ୍ରମରେ ବେଳାଭୂମିରେ ଥିବା ସମସ୍ତ ବେଆଇନ ନିର୍ମାଣକୁ ହଟାଇବାକୁ ପ୍ରଶାସନ ଚଳାଉଛି ବୁଲଡୋଜର। ୪ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ଚାଲିଛି ଉଛେଦ କାମ। ଆଜି ବେଳାଭୂମିରେ ଯାତ୍ରୀକା ଯାତ୍ରୀ ନିବାସକୁ ଭାଙ୍ଗୁଛି ପ୍ରଶାସନ। ଉଛେଦ ଆଗରୁ ଏହି ଯାତ୍ରୀ ନିବାସରୁ ସମସ୍ତ ଯାତ୍ରୀଙ୍କୁ ବାହାର କରି ଦିଆଯାଇଥିଲା।
ଏହା ପରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମାଜଷ୍ଟ୍ରେଟ, ତହସିଲଦାରଙ୍କ ଉପସ୍ଥିତିରେ ଏହି ଉଛେଦ କାମ ଚାଲିଛି। ଲାଇଟ୍ ହାଉସ ନିକଟରେ ପ୍ରାୟ ଏକ ଏକର ୫୩ ଡିସିମିଲି ସ୍ଥାନରେ ରହିଛି ଯାତ୍ରୀକା ଯାତ୍ରୀ ନିବାସ। ଏହି ବେଆଇନ୍ ନିର୍ମାଣକୁ ଭାଙ୍ଗିବା ପରେ ଏହି ସ୍ଥାନକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିବ। ଆଗକୁ ସରକାରଙ୍କ ପୁରୀ ପାଇଁ ସ୍ୱତନ୍ତ୍ର ଭାବରେ ୫୦୦ କୋଟିର ଯୋଜନା ହୋଇଥିବା ବେଳେ ଏହି ଉଛେଦ କାମକୁ ଜୋରଦାର କରୁଛି ଜିଲ୍ଲା ପ୍ରଶାସନ।

Comments are closed.