Odisha Link
Bridging the Missing Links in Odisha

କଶ୍ମୀର ଗସ୍ତରେ ରାହୁଲ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଗସ୍ତରେ କଂଗ୍ରେସ ନେତା। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାରି ସ୍ଥିତି କେମିତି ରହିଛି ତାହାର ସମୀକ୍ଷାରେ ବାହାରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। କଂଗ୍ରେସ ସହିତ ଏନ୍‌ସିପି ଓ କମ୍ୟୁନିଷ୍ଟ ନେତାମାନେ ଏବଂ ଅନ୍ୟ ବିରୋଧୀ ଦଳର ପ୍ରତିନିଧି ମଣ୍ଡଳ ଶ୍ରୀନଗର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ନୂଆ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଛନ୍ତି।

ରାହୁଲ ଗାନ୍ଧିଙ୍କ ସହିତ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ଶରଦ ଯାଦବ, କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ, ଡି. ରାଜା, ଡିଏମ୍‌କେର ଟି, ସିବା, ମନୋଜ ଝା ଏବଂ ଟିଏମ୍‌ସି ଦିନେଶ ତ୍ରିବେଦୀ ପ୍ରମୁଖ ଶ୍ରୀନଗର ଯାତ୍ରା କରିଛନ୍ତି। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବେ ଏହି ବିରୋଧୀର ଦଳର ନେତୃବୃନ୍ଦ। ଅନ୍ୟପକ୍ଷରେ ଜାମ୍ମୁ-କଶ୍ମୀରର ସୂଚନା ଓ ଲୋକ ସଂପର୍କ ବିଭାଗ ବିରୋଧୀ ଦଳର ନେତାଙ୍କୁ ଅପିଲ କରିଛନ୍ତି ଯେ, ଶ୍ରୀନଗର ଗସ୍ତରେ ଆସନ୍ତୁ ନାହିଁ କାରଣ ଏଥିରେ ଅନ୍ୟ ଲୋକଙ୍କୁ ଅସୁବିଧା ହେବ। ଏହା ବ୍ୟତୀତ ଏମିତି ହେଲେ ଅନେକ ସ୍ଥାନରେ ଲାଗୁ ନିଷେଧାଦେଶର ଉଲ୍ଲଂଘନ ହେବ।

Comments are closed.