Odisha Link
Bridging the Missing Links in Odisha

ଏସିଏସଟି ଉନ୍ନୟନ ବିଭାଗରେ ୫ ଟି ର ମାନସମନ୍ଥନ

ଭୁବନେଶ୍ବର :  ରାଜ୍ୟରେ ଏକ ଉତ୍ତରଦାୟୀ, କାର୍ଯ୍ୟକ୍ଷମ, ସ୍ବଚ୍ଛ, ସକ୍ରିୟ ପ୍ରଶାସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ ଟି ର ଆହ୍ବାନ ଦେଇଛନ୍ତି। ପ୍ରତ୍ୟେକ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ପ୍ରୟୋଗ କରାଯାଇଛି ତଦନୁଯାୟୀ ବିଭିନ୍ନ ଫଳପ୍ରସୂ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ବେଳେ ଆଜି ଲୋକସେବା ଭବନରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ୫ଟି ଣ କାର୍ଯ୍ୟକରିତା ନମନ୍ତେ ମାନସମନ୍ଥନ କରାଯାଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ପକ୍ଷରୁ ଏହି ଏହି ବର୍ଗର କଲ୍ୟାଣ ନମନ୍ତେ କାର୍ଯ୍ୟକାରୀ କାରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ବିଭିନ୍ନ କ୍ଷେତ୍ରକୁ ଚିହ୍ନଟ କରାଯାଇ ସେଥି ନିମନ୍ତେ ଏକ ସୁପରିକଳ୍ପିତ ଯୋଜନା ପ୍ରସ୍ତୁତ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା। ବିଭାଗୀୟ ଆବାସିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ, ପ୍ରତିଯୋଗିତାମୂଳକ ପରୀକ୍ଷା ନମନ୍ତେ କୋଚିଂର ବ୍ୟବସ୍ଥା, କୌଶଳ ବୃଦ୍ଧି ତଥା ଜୀବନ ଜୀବିକା ନମନ୍ତେ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କ ନିକଟରୁ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଅଧିକ ଉପାଦେୟ କରିବା ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଶ୍ରୀମତୀ ଚୋପ୍ରା କହିଥିଲେ।
ଏହି ୫ଟି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସମେତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ୯ଟି ଜିଲ୍ଲା ମାଲକାନଗିରି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, କେଉଁଝର, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡ଼ର ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗଦାନ କରିଥିଲେ। ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Comments are closed.