Odisha Link
Bridging the Missing Links in Odisha

IND vs WI: ୫୦ ଟେଷ୍ବ ଓ୍ବିକେଟ କ୍ଲବରେ ବୁର୍ମା, ପଛରେ ପଡ଼ିଲେ ଅଶ୍ବନୀ

ଆଣ୍ଟିଗୁଆ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁର୍ମାଙ୍କୁ ଆଉ ଏକ ସଫଳତା। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶପ୍ରିତ ବୁମ୍ରା ଟେଷ୍ଟ କ୍ରିକେଟରେ ନିଜର ୫୦ ତମ ଓ୍ବିକେଟ ନେଇଥିଲେ। ପ୍ରଥମ ପାଳିରେ ବୁମ୍‌ରା ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ। ଡାରେନ୍‌ ବ୍ରାଭୋଙ୍କୁ ଆଉଟ୍‌ କରି ବୁମ୍‌ରା ତାଙ୍କ ଟେ‌ଷ୍ଟ ଜୀବନର ୫୦ତମ ୱିକେଟ୍‌ ଦଖଲ କରିଥିଲେ। ଏଥି ସହିତ ୫୦ ୱିକେଟ୍‌ ନେବାରେ ସେ ଦ୍ରୁତତମ ଭାରତୀୟ ଦ୍ରୁତ ବୋଲର ସାବ୍ୟସ୍ତ ହୋଇଥିଲେ। ୨୫ ବର୍ଷ ବୟସ୍କ ବୁମ୍‌ରା କେବଳ ୧୧ ଟେଷ୍ଟ୍‌ରୁ ଏହି ସଫଳତା ପାଇଛନ୍ତି।


ଆଉ କେଉଁ ଭାରତୀୟ ଏହି ସଫଳତା ପାଇଛନ୍ତି:
ଏକ୍ଷେତ୍ରରେ ସେ ଭେଙ୍କଟେଶ୍‌ ପ୍ରସାଦ ଓ ମହମ୍ମଦ ସାମିଙ୍କୁ ଟପି ଯାଇଛନ୍ତି। ଉଭୟ ପ୍ରସାଦ ଓ ସାମି ୧୩ ଲେଖାଏଁ ଟେଷ୍ଟ୍‌ରୁ ନିଜ ନିଜର ୫୦ ୱିକେଟ୍‌ ପୂରଣ କରିଥିଲା ବେଳେ ଇର୍ଫାନ୍‌ ପଠାନ୍‌ ଓ ଶାନ୍ତାକୁମାର ଶ୍ରୀଶାନ୍ତ ପ୍ରତ୍ୟେକ ୧୪ ଲେଖାଏଁ ଟେଷ୍ଟ୍‌ରୁ ଏହି ମାଇଲଖୁଣ୍ଟ ଛୁଇଁଥିଲେ। କିମ୍ବଦନ୍ତୀ କପିଳ ଦେବ ଓ କର୍ଷଣ ଘାବ୍ରି ପ୍ରତ୍ୟେକ ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ ୧୬ ଲେଖାଏଁ ଟେଷ୍ଟ୍‌ ଖେଳିଥିଲେ। ତେବେ ମୋଟାମୋଟି କୌଣସି ଭାରତୀୟ ବୋଲର ଭାବେ କମ୍‌ ମ୍ୟାଚ୍‌ରେ ୫୦ ୱିକେଟ୍‌ ଅକ୍ତିଆର କରିବାର କୀତ୍ତିମାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ନାମରେ ରହିଛି। ମାତ୍ର ୯ ଟେଷ୍ଟ୍‌ରୁ ଏହି ସଫଳତା ହାତେଇ ଅଶ୍ବିନ୍‌ ଏବେ ବି ଦ୍ରୁତତମ ଭାରତୀୟ ବୋଲର ରହିଛନ୍ତି। ତାଙ୍କ ପଛକୁ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ (୧୦), ନରେନ୍ଦ୍ର ହିର୍‌ୱାନୀ (୧୧) ଓ ହର୍‌ଭଜନ ସିଂହ (୧୧) ରହିଛନ୍ତି। ତେଣୁ ବୁମ୍‌ରା ଦ୍ରୁତତମ ୫୦ ୱିକେଟ୍‌ ଅକ୍ତିଆର କରିବାରେ ଭାରତର ତୃତୀୟ ବୋଲର ହୋଇଛନ୍ତି। ଅଶ୍ବିନ୍‌ ଓ କୁମ୍ବଲେଙ୍କ ପରେ ସେ ହିର୍‌ୱାନୀ ଓ ହରଭଜନଙ୍କ ସମକକ୍ଷ ହୋଇଛନ୍ତି।
ଅଶ୍ବିନୀଙ୍କୁ ପଛରେ ପକାଇଲେ ବୁର୍ମା:
ଅପରପକ୍ଷେ ଭାରତୀୟ ଭାବେ ଅଶ୍ବନୀ କମ୍‌ ମ୍ୟାଚରେ ୫୦ ଓ୍ବିକେଟ ନେବାରେ ପ୍ରଥମ ସ୍ଥାନରେ ଅଛନ୍ତି। ହେଲେ ଯଶପ୍ରତି ବୁର୍ମା  ଆଉ ଏକ ସମୀକରଣରେ ଅଶ୍ବିନୀଙ୍କୁ ପଛରେ ପକାଇ ପ୍ରଥମ ହୋଇଛନ୍ତି। ଅଫ୍‌ ସ୍ପିନର ଅଶ୍ବନୀ ମୋଟ୍‌ ୨୫୯୭ ବଲ ପକାଇ ୫୦ ଓ୍ବିକେଟ ଅକ୍ତଆର କରିଥିବା ବେଳେ ବୁର୍ମା ମୋଟ୍‌ ୨୪୬୪ଟି ବଲ୍‌ ପକାଇ ୫୦ ଓ୍ବିକେଟ ନେଇଛନ୍ତି।

Comments are closed.