Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟିଲା ବସ୍‌,୨ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପୁବୁସାହି ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମୁଖେ ଯାଉଥିବା ‘ନାରାୟଣୀ’ ନାମକ ଏହି ଯାତ୍ରୀବାହୀ ବସ୍‌ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ମୃତକଦ୍ୱୟ ହେଲେ ବରଫଦ ଉଲ୍ଲା ଖାନ୍ ଓ ଗୋବିନ୍ଦ ଚନ୍ଦ୍ର ପ୍ରଧାନ। ବରଫଦଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରସିଂହ ଗାଁରେ ଏବଂ ଗୋବିନ୍ଦଙ୍କ ଘର ନୟାଗଡ଼ ଜିଲ୍ଲା ଫତେଗଡ଼ରେ। ଆହତଙ୍କୁ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.