Odisha Link
Bridging the Missing Links in Odisha

ଖାଉଟିଙ୍କ ଉପରେ ପଡ଼ିପାରେ ମହଙ୍ଗା ବିଦ୍ୟୁତ୍ ବୋଝ !

ଭୁବନେଶ୍ୱର : ରାଜ୍ୟରେ ବଢ଼ିପାରେ ବିଦ୍ୟୁତ୍‌ ଦର। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ‌ଆୟୋଗ ଗତ ମେ ୨୩ ତାରିଖରେ ଦେଇଥିବା ଆଦେଶର ପୁର୍ନବିଚାର କରିବାକୁ ଏବେ ଗ୍ରିଡକୋ, ଓଇଆର୍‌ସିଙ୍କ ନିକଟରେ ଆବେଦନ କରିଛି। ରାଜସ୍ୱ କ୍ଷତି ଭରଣା କରିବା ଆଳ ଦେଖାଇ ରାଜ୍ୟ ସରକାର ବିଦ୍ୟୁତ୍‌ ଦର ବଢ଼ାଇବା ନେଇ ବାଟ ଫିଟାଇଛନ୍ତି। ଫଳରେ ବିଦ୍ୟୁତ୍‌ ଦର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି। ଗତ ୨୦ ତାରିଖରେ ରାଜ୍ୟ ସରକାର ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଗ୍ରିଡକୋ, ଓଇଆରସି ନିକଟରେ ଏନେଇ ସାନି ଆବେଦନ କରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ଏନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟର ବିଦ୍ୟୁତ୍‌ ଦର ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ଓଇଆରସିର। ଯାହା ଠିକ୍ ହେବ ସେ ନେଇ ଓଇଆରସି ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ଚାଲିଛି। ଯାହାକୁ ନେଇ ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

Comments are closed.