Odisha Link
Bridging the Missing Links in Odisha

ଦାୟିତ୍ବ ନେଲେ ମାନସ ମଙ୍ଗରାଜ, ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପରାମର୍ଶ ଦାତା(ଗଣମାଧ୍ୟମ ଓ ଲୋକସଂପର୍କ) ରୂପେ ଦାୟିତ୍ବ ନେଇଛନ୍ତି ମାନସ ମଙ୍ଗରାଜ। ଏଥିସହ ମାନସଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ଆସନ୍ତା ସପ୍ତାହରେ ସେ କାର୍ଯ୍ୟରେ ଯୋଗଦେବେ। ସେ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକର ପଦକ୍ଷେପ ମାନ ଗ୍ରହଣ କରୁଛି। ଆଉ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ତଥା ସରକାରକୁ ଆହୁରି ଲୋକାଭିମୁଖୀ କରିବାର ଗୁରୁ ଦାୟିତ୍ୱ ମାନସଙ୍କ ଉପରେ ନ୍ୟସ୍ତ କରାଯାଇଛି।

ଚିଲିକା ନିର୍ବାଚନମଣ୍ଡଳୀରୁ ଆସୁଥିବା ମାନସ ମଙ୍ଗରାଜ ସାମ୍ବାଦିକଙ୍କ ସମସ୍ୟା ଓ ଗଣମଧ୍ୟମର ସମସ୍ୟା ଦୂର କରିବା ଦିଗରେ ଅଧିକ ଫୋକସ ଦେଇ କାର୍ଯ୍ୟ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। ନିର୍ବାଚନ ସମୟରେ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ମାନସ। ଗତ ୨୦୧୯ ନିର୍ବାଚନ ସମୟରେ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱ ମିଳିଥିଲା। ଆଉ ନିର୍ବାଚନ ପରେ ତାଙ୍କୁ ଏକ ଗୁରୁ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା।

ରାଜ୍ୟ ସରକାରଙ୍କ ପରାମର୍ଶଦାତା ହେଲେ ମାନସ ମଙ୍ଗରାଜ

Comments are closed.