Odisha Link
Bridging the Missing Links in Odisha

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ବାଜି ମାରିଲା ଏବିଭିପି

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ଏବିଭିପି। ଏବିଭିପିକୁ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ବଡ଼ ସଫଳତା ମିଳିଛି। ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରମୁଖଟି ପଦବୀ ମଧ୍ୟରୁ ୩ଟି ହାତେଇ ନେଇଛି। ଫଳାଫଳ ଅନୁଯାୟୀ, ଏବିଭିପି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଯୁଗ୍ମ ସମ୍ପାଦକ ଆଦି ପଦବୀରେ ଜିତିଛି। ସେହିଭଳି କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସ୍ୟୁଆଇ କେବଳ ସମ୍ପାଦକ ପଦବୀ ଜିତିପାରିଛି।

ଆଜି ଭୋଟ୍‌ ଗଣତି ୮.୩୦ରେ ଆରମ୍ଭ ହେବାର ଥିଲା, କିନ୍ତୁ ପ୍ରାର୍ଥୀମାନେ ବିଳମ୍ବରେ ପହଞ୍ଚିବାରୁ ଏଥିରେ ବିଳମ୍ବ ହୋଇଥିଲା। ଚଳିତ ବର୍ଷ ମାତ୍ର ୩୯.୯୦% ଭୋଟିଂ ହୋଇଥିଲା। ଯାହାକି ଗତ ବର୍ଷର ୪୪.୪୬% ଭୋଟ୍‌ ତୁଳନାରେ ବହୁତ କମ୍‌। ୨୦୧୭ରେ ମୋଟ ଭୋଟିଂ ପ୍ରତିଶତ ୪୨.୫% ଥିଲା। ଚଳିତ ବର୍ଷ ଇଭିଏମ୍‌କୁ ନେଇ ବିଭିନ୍ନ ବିବାଦ ହେବା ପରେ ୫୨ଟି ପୋଲିଂ ସେଣ୍ଟରରେ ଭୋଟ୍‌ଗ୍ରହଣ ହୋଇଥିଲା।

ନିର୍ବାଚନ ଫଳାଫଳ ଅନୁସାରେ ଏବିଭିପିର ଅକ୍ଷିତ ଦହିୟା ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ପ୍ରଦୀପ ଉପସଭାପତି ନିର୍ବାଚିତ ହୋଇଥିବା ବେଳେ ଏନଏସୟୁଆଇ ପ୍ରାର୍ଥୀ ଆଶିଷ ଲାମ୍ବା ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ଯୁଗ୍ମ ସଚିବ ଭାବେ ଏବିଭିପିର ଶିବାଙ୍ଗୀ ନିର୍ବାଚିତ ହୋଇଛନ୍ତି। ଅକ୍ଷିତ ଅଗ୍ରେସନ କଲେଜର ଏବିଭିପି ଛାତ୍ର ନେତା ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏନଏସୟୁଆଇର ତେଚନା ତ୍ୟାଗୀଙ୍କୁ ୧୯ହଜାର ୩୯ଟି ଭୋଟରେ ପରାସ୍ତ କରିଛନ୍ତି। ନିର୍ବାଚନରେ ବାମପନ୍ଥି ଛାତ୍ର ସଙ୍ଗଠନ ଆଇସାର ଛାତ୍ରନେତ୍ରୀ ଦାମିନୀ କାଇନ ଓ ଏଆଡିଏସଓର ରୋଶନୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ ହେଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇଛନ୍ତି। ଗତବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିକୁ ୩ଟି ପଦବୀ ମିଳିଥିଲା। କଂଗ୍ରେସ ଗୋଟିଏ ପଦବୀ ପାଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା।

Comments are closed.