Odisha Link
Bridging the Missing Links in Odisha

ପୁଣି ଟ୍ରାକରେ ଚମକିଲେ ନୟାଗଡ଼ ଝିଅ ଦୀପାଲି

ନୟାଗଡ଼: ପୁଣିଥରେ ଟ୍ରାକରେ ଚମକିଲେ ନୟାଗଡ଼ ଝିଅ ଦୀପାଲି। ଗତକାଲି ୨୦ ବର୍ଷରୁ କମ୍ ୧୦୦ ମିଟର ସ୍ପ୍ରିଣ୍ଟ୍ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆଜି ୨୦୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରି ପୁଣି ସ୍ଵର୍ଣ ଜିତିଛନ୍ତି ଦୀପାଲି। ନୟାଗଡ଼ ପାଇଁ ଦୀପାଲି ମହାପାତ୍ରପୁଣି ଆଣିଦେଇଛନ୍ତି ଗର୍ବ। ଝାଡଖଣ୍ଡ ରାଞ୍ଚିରେ ଆୟୋଜିତ ହୋଇଥିବା ପୂର୍ବାଞ୍ଚଳ ଆଥଲେଟିକ୍ କ୍ରୀଡାର ୧୦୦ ମିଟର ଏବଂ ୨୦୦ ମିଟର ସ୍ପ୍ରିଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ସମେତ ନୟାଗଡ଼ ପାଇଁ ଆଣିଛନ୍ତି ଗୌରବ। ଝାଡଖଣ୍ଡ ରାଞ୍ଚିରେ ଖେଳାଯାଇଥିବା ଏପରି ସଫଳତା ପାଇବାରେ ଦୀପାଲି ହେଉଛନ୍ତି ହେଉଛନ୍ତି ନୟାଗଡ଼ର ପ୍ରଥମ ଝିଅ।

୨୦ବର୍ଷରୁ କମ୍‌ ବୟସ ଜାତୀୟ ଆଥଲେଟିକ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି ନୟାଗଡ଼ ଝିଅ ଦୀପାଲୀ। ସେ ଗତକାଲି ଝାଡଖଣ୍ଡ ରାଞ୍ଚିରେ ଆୟୋଜିତ ହୋଇଥିବା ପୂର୍ବାଞ୍ଚଳ ଆଥଲେଟିକ୍ କ୍ରୀଡାର ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଯାହାରି ଫଳରେ ଦୀପାଲୀ ଜାତୀୟ ଆଥଲେଟିକ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ମୋନନୀତ ହୋଇଛନ୍ତି।

Comments are closed.