Odisha Link
Bridging the Missing Links in Odisha

ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସରେ ଲଙ୍କାକାଣ୍ଡ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲଙ୍କାକାଣ୍ଡ। ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଭଙ୍ଗାରୁଜା ସହ ଉତ୍ତେଜନା ଦେଖାଦେଇଛି।ଅତିରିକ୍ତ ଜିଲ୍ଲାପାଳଙ୍କୁ ଓକିଲମାନେ ଠେଲାପେଲା କରିଥିବା ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ତାତିଥିଲେ ଓକିଲ। ସଂଘବଦ୍ଧ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘେରାଉ କରିଥିଲେ।
ସୂଚନା ମୁତାବକ, ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ମାମଲା ବିଚାର ହେବାର ଥିଲା। ଓକିଲମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଜିଲ୍ଲାପାଳ ଆସିନଥିଲେ। ଜିଲ୍ଲାପାଳଙ୍କୁ ବିଳମ୍ବର କାରଣ ପଚାରିବାରୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର କରିବା ସହ ଧକ୍କା ମାରି ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ବେଳେ ଉତ୍ତେଜନା ଦେଖାଦେଇଥିଲା।

Comments are closed.