Odisha Link
Bridging the Missing Links in Odisha

ମତ୍ସ୍ୟ ଚାଷ ପାଇଁ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହେଲେ ପଥପ୍ରଦର୍ଶକ

ଭୁବନେଶ୍ୱର: ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ରାଜ୍ୟ ସରକାର ମିଶନ ଶକ୍ତି ନିର୍ଦ୍ଦେଶାଳୟ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମାଛ ଚାଷରେ ନିୟୋଜିତ କରି ସେମାନଙ୍କୁ ସଶକ୍ତ କରିବା ସହ ଆମ ରାଜ୍ୟରେ ମାଛର ଆବଶ୍ୟକୀୟ ଚାହିଦା ମେଣ୍ଟାଇବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଥିବା ପ୍ରାୟ ୬୪,୦୦୦ଟି ଗ୍ରାମ ପଞ୍ଚାୟତ ପୋଖରୀର ୫୧,୦୦୦ ହେକଫର ଅଞ୍ଚଳରେ ମାଛ ଚାଷ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମନ୍ୱିତ ଉଦ୍ୟମରେ ‘ଗ୍ରାମ ପଞ୍ଚାୟତ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଛ ଚାଷ’ ମହତ୍ତ୍ୱାକାଂକ୍ଷୀ ଯୋଜନା ୨୦୧୮ ମସିହା ସେପେଫମ୍ବର ମାସରେ ଶୁଭାରମ୍ଭ ହୋଇଥିଲା। ଏହି ଯୋଜନା ଆରମ୍ଭ ହେବାର ପ୍ରଥମ ବର୍ଷ ଅର୍ଥାତ ୨୦୧୮-୧୯ରେ ୧୬୮୦ ହେକଫର ପରିମିତ ଅଞ୍ଚଳରେ ମାଛଚାଷର ଲକ୍ଷ୍ୟ ରଖାଯାଇଥିବାବେଳେ ୧୪୬୩.୫୧ ହେକଫର ଅଞ୍ଚଳରେ ମାଛଚାଷ କରାଯାଇଛି। ୧୭୩୮ଟି ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ ପାଇଁ ୧୭୧୧ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି। ସେହିଭଳି ୨୦୧୯-୨୦ରେ ଦ୍ୱିତୀୟ ବର୍ଷ ପାଇଁ ୩୦୦୦ ହେକଫର ଅଞ୍ଚଳରେ ମାଛଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ୨୦୨୫.୦୧ ହେକଫର ପରିମିତ ଅଞ୍ଚଳରେ ମାଛଚାଷ କରାଯାଇଛି। ୨୬୫୪ଟି ଗ୍ରାମପଞ୍ଚାୟତ ପୋଖରୀରେ ମାଛଚାଷ ନିମନ୍ତେ ୨୬୩୧ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି। ‘ପଞ୍ଚାୟତ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଛଚାଷ’ ଯୋଜନାରେ ହେକଫର ପିଛା ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୯୦,୦୦୦ ଟଙ୍କାର ସରକାରୀ ସହାୟତା ଏହି ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯାଉଛି ଏବଂ ବର୍ଷକୁ ୫ ଟନ୍‌ ମାଛ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଗ୍ରାମାଞ୍ଚଳରେ ତଟକା ମାଛ ଉତ୍ପାଦନ ଆଶାନୁରୂପ ଭାବେ ବୃଦ୍ଧି ପାଇଛି ଏବଂ ଗ୍ରାମାଞ୍ଚଳର ପ୍ରାୟ ସବୁ ପରିବାରରେ ମଧ୍ୟ ମାଛ ଖାଇବା ବୃଦ୍ଧି ପାଇବା ସହ ପୁଷ୍ଟି ସାଧନ ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିଛି।

ପ୍ରକାଶ ଥାଉ କି, ଓଡ଼ିଶାର ଲୋକମାନେ ମାଛପି୍ରୟ ଏବଂ ତଟକା ରୋହି ଓ ଭାକୁର ମାଛର ରାଜ୍ୟରେ ଯଥେଷ୍ଟ ଚାହିଦା ରହିଛି। ଓଡ଼ିଶାର ପ୍ରାୟ ୬.୭୯ ଲକ୍ଷ ହେକଫର ମଧୁରଜଳ, ୪.୧୮ ଲକ୍ଷ ହେକଫର ଲୁଣି ଜଳ ଏବଂ ୧.୭୦ ଲକ୍ଷ ବର୍ଗ କିମି ସାମୁଦି୍ରକ ଅଞ୍ଚଳ ମାଛଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ତେଣୁ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ତଥା ରପ୍ତାନୀ ଲକ୍ଷ୍ୟରେ ଏକ ପ୍ରଗତିଶୀଳ ଓଡ଼ିଶା ମତ୍ସ୍ୟ ନୀତି-୨୦୧୫ ପ୍ରଣୟନ କରାଯାଇଛି। ମାଛ ଉତ୍ପାଦନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଏବଂ ସହାୟତା ପ୍ରଦାନ ପାଇଁ ୱାର୍ଲ୍ଡ ଫିସ୍‌, ମାଲେସିଆ ସହବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏବଂ ମାଛ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରାୟ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ସଦସ୍ୟ ଥିବାବେଳେ ସେମାନଙ୍କୁ ହସ୍ତଶିଳ୍ପ, ବୟନଶିଳ୍ପ, ମହୁଚାଷ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ଶୁଖିଲା ଖାଦ୍ୟ ଯୋଗାଣ ସହ ମାଛ ଚାଷରେ ମଧ୍ୟ ନିୟୋଜିତ କରି ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ୩୦ଟି ଜିଲ୍ଲାରେ ମାଷ୍ଟର ଟ୍ରେନ୍‌ରମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ବ୍ଲକ୍‌ ସ୍ତରରେ ଏସ୍‌.ଏଚ୍‌.ଜି ଲିଡରମାନଙ୍କୁ ଚଳିତ ଜୁନ୍‌ ୨୦୧୯ରୁ ପ୍ରଶିକ୍ଷଣ ଦିଆଯାଉଛି। ଅକେଫାବର ୨୦୧୯ ସୁଦ୍ଧା ୯୨୦୦ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ମାଛଚାଷ ପାଇଁ ବିବିଧ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ଯଥା ମାଛ ପୋଖରୀ ପ୍ରସ୍ତୁତି, ବିହନ ଚୟନ, ପରିବହନ ଓ ମାଛକୁ ସଂରକ୍ଷିତ କରି ରଖିବା, ମାଛର ଖାଦ୍ୟ ପରିଚାଳନା, ପୋଖରୀ ଜଳର ମାନ ବଜାୟ ରଖିବା, ଉନ୍ନତ ମାଛ ଯାଆଁଳ ପ୍ରସ୍ତୁତି ଏବଂ ବିକି୍ରବଟା ଆଦି ସଂପର୍କରେ ପ୍ରଚାର ପତ୍ର ଏବଂ ଟ୍ରେନିଂ ମାନୁଆଲ୍‌ ଜରିଆରେ ସଚେତନ କରାଯାଉଛି। ମିଶନ ଶକ୍ତିର ମାର୍ଗଦର୍ଶନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ୩ରୁ ୫ ବର୍ଷିଆ ଲିଜ୍‌ ପାଇଁ ଆବେଦନ କରି ଯୋଗ୍ୟ ବିବେଚିତ ହେଉଛନ୍ତି। ଏହି ଗୋଷ୍ଠୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣର ଖର୍ଚ୍ଚ ମିଶନ ଶକ୍ତି ନିର୍ଦ୍ଦେଶାଳୟ ବହନ କରୁଛି।

ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିଜର ଅଭିଜ୍ଞତାକୁ ଆଧାର କରି ଉତ୍ତମ ରୂପେ ମାଛ ପୋଖରୀ ପରିଚାଳନା କରୁଛନ୍ତି। ପୋଖରୀକୁ ଦଳମୁକ୍ତ କରିବା, ମାଛମାନଙ୍କ ଖାଦ୍ୟ ନିଜ ଉଦ୍ୟମରେ ସ୍ଥାନୀୟ ଅଞ୍ଚଳରୁ ସଂଗ୍ରହ କରିବା, ମାଛମାନଙ୍କ ନିକଟରେ ଦେଖା ଦେଉଥିବା ରୋଗର ନିୟନ୍ତ୍ରଣ କରିବା ଏବଂ ସ୍ଥଳବିଶେଷରେ କମ୍‌ ପାଣିଥିବା ପୋଖରୀରେ ପମ୍ପ ଜରିଆରେ ପାଣି ଭରିବା ଆଦି ପ୍ରତ୍ୟେକ କାର୍ଯ୍ୟକୁ ଅତ୍ୟନ୍ତ ସଫଳତାର ସହ ନିର୍ବାହ କରୁଛନ୍ତି। ଏହି ଯୋଜନାର କାର୍ଯ୍ୟକାରିତାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ସଚିବ ଏବଂ ମିଶନ ଶକ୍ତିର ସଚିବ ତଥା ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ସମୀକ୍ଷା କରୁଛନ୍ତି। ମତ୍ସ୍ୟ ନିର୍ଦ୍ଦେଶାଳୟ ଓ ମିଶନ ଶକ୍ତି ନିର୍ଦ୍ଦେଶାଳୟର ରାଜ୍ୟସ୍ତରୀୟ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଓ ବ୍ଲକ୍‌କୁ ଯାଇ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛଚାଷ କରାଯାଉଥିବା ପୋଖରୀଗୁଡ଼ିକୁ ତଦାରଖ କରିବା ସହିତ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି।

ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପଞ୍ଚାୟତ ପୋଖରୀରେ ମାଛଚାଷ ଏବଂ ଏଥିରେ ଉଲ୍ଲେଖନୀୟ ସଫଳତା ହାସଲ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଓଡ଼ିଶା ସାରା ଭାରତବର୍ଷରେ ପଥପ୍ରଦର୍ଶକ ହୋଇପାରିଛି।

Comments are closed.