Odisha Link
Bridging the Missing Links in Odisha

ମୋ ସରକାରକୁ ଡ଼ାକ୍ତର ବାବୁଙ୍କ ଉପହାସ

ଭୁବନେଶ୍ବର: ମୋ ସରକାରକୁ ଡ଼ାକ୍ତର ବାବୁ ଉପହାସ କରିଥିବା ଦେଖିବାକୁ ମିଳିଛି। କ୍ୟାପିଟାଲ ହସ୍ପିଟାଲ ଫୁଟପାଥରେ ପ୍ରସବ। ହସ୍ପିଟାଲକୁ ଆସୁଥିବା ସବୁ ରୋଗୀ ଉତ୍ତମ ସେବା ପାଇବେ କେହି ଜଣେ ନିରାଶ ହୋଇ ଫେରିବେନି। ଏଥିପାଇଁ ଚାଲିଛି ସରକାରଙ୍କ ମହତ୍ୱକାଂକ୍ଷୀ ଅଭିଯାନ ମୋ ସରକାର। କିନ୍ତୁ ଏଠି ଖୋଦ୍ ଡ଼ାକ୍ତର ବାବୁ ମୋ ସରକାରକୁ ଉପହାସ କରୁଛନ୍ତି। କେଉଁ ଉପାନ୍ତ ଅଞ୍ଚଳ ନୁହେଁ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଲେବର ରୁମ୍ରୁ ଡ଼ାକ୍ତର ଫେରାଇ ଦେବାରୁ ଯନ୍ତ୍ରଣା ଜର୍ଜରିତ ଜଣେ ଗର୍ଭବତୀ ହସ୍ପିଟାଲ ଫୁଟପଥରେ ସନ୍ତାନ ପ୍ରସବ କରିଛନ୍ତି।
ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ସାଲିଆ ସାହିରେ ରହୁଥିବା ପାନା ମୁର୍ମୁ ପ୍ରସବ ଯନ୍ତ୍ରଣା ହେବା ପରେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ତାଙ୍କ ସହ ପରିବାର ଲୋକ ଥିଲେ। ଏମସିଏଚରେ ଥିବା ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଡ଼ାକ୍ତରଙ୍କୁ ଦେଖାଇବା ପେର ଲେବର ରୁମକୁ ଯାଇଥିଲେ। କିନ୍ତୁ ଡ଼୍ୟୁଟିରେ ଥିବା ଡ଼ାକ୍ତର ତାଙ୍କୁ ପ୍ରସବ କରାଇନଥିଲେ। ଅବସ୍ଥା ଜଟିଳ ଅଛି କଟକ ପଳାଅ ବୋଲି ଡ଼ାକ୍ତର କହିଥିଲେ। ପାନାଙ୍କ ଯନ୍ତ୍ରଣା ଦେଖି ପରିବାର ଲୋକ ପ୍ରସବ କରାଇବାକୁ ପରିବାର ଲୋକ ଡ଼ାକ୍ତରଙ୍କୁ ନେହୁରା ହୋଇଥିଲେ।
ହେଲେ ଡ଼ାକ୍ତର ପାନା ପ୍ରତି ସାମାନ୍ୟ ସମ୍ବେଦନଶୀଳତା ଦେଖାଇ ନଥିଲେ। ତାଙ୍କୁ ଲେବର ରମରୁ ବାହାର କରି ଦେଇଥିଲେ। କଟକ ଯିବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ବାଧ୍ୟ ହୋଇ ସେ ରାସ୍ତା କଡ଼ ଫୁଟପାଥରେ ବସି ପଡ଼ିଥିଲେ । ମାତ୍ର କିଛି ସମୟ ଭିତରେ ଫୁଥପାଥରେ ସେ ପୃତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଆଖପାଖରେ ଥିବା ଲେକେ ଦେଖିବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

Comments are closed.