Odisha Link
Bridging the Missing Links in Odisha

ସୋନିଆ ଗାନ୍ଧି ମଲା ମୂଷା କହି ବିବାଦରେ ଏହି ନେତା

ଚଣ୍ଡିଗଡ଼: ବିବାଦୀୟ ହୋଇ ପଡ଼ିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ଲାଲ ଖଟ୍ଟର। ଲାଲ ଖଟ୍ଟର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଲା ମୂଷା ବୋଲି କହି ବିବାଦୀୟ ହୋଇ ପଡ଼ିଛନ୍ତି। ଏଭଳି ବୟାନ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ କଂଗ୍ରେସ ପକ୍ଷରୁ ଏଭଳି ଚିନ୍ତାଧାରା ବିଜେପିର ମହିଳା ବିରୋଧୀ ଚରିତ୍ରକୁ ପ୍ରତିପାଦିତ କରୁଥିବା କୁହାଯାଇଛି।

ଏହା ବ୍ୟତୀତ ଖଟ୍ଟର ଏଥିପାଇଁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ସେପଟେ ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତୀନ ରାଉତ ଖଟ୍ଟରଙ୍କଚ ଖଚ୍ଚର ବୋଲି କଟାକ୍ଷ କରିଛନ୍ତି। ଟୁଇଟରରେ କଂଗ୍ରେସ ଲେଖିଛି ଯେ, ବିଜେପିର ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନ କେବଳ ଅଶୋଭନୀୟ ନୁହେଁ ବରଂ ନିମ୍ନସ୍ତରୀୟ ତଥା ବିଜେପିର ନାନା ବିରୋଧୀ ଚରିତ୍ରକୁ ଦର୍ଶାଉଛି। ଏଥିନିମନ୍ତେ ଖଟ୍ଟର କ୍ଷମାପ୍ରାର୍ଥନା କରନ୍ତୁ।

ସୂଚନାଥାଉକି, ଖଟ୍ଟର ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଗାନ୍ଧି ପରିବାର ବପାହାରୁ କେହି କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ରାହୁଲ ଗାନ୍ଧି କରିଥିବା ପ୍ରତିଶ୍ରୁତିକୁ ସ୍ମରଣ କରିଥିଲେ । କହିଥିଲେ କଂଗ୍ରେସ ଅଧ୍ୟକ୍ଷ ଚୟନ ପାଇଁ ୩ ମାସ ପରିଶ୍ରମ କରାଯାଇଥିଲା। କିନ୍ତୁ ଶେଷରେ ସୋନିଆଙ୍କୁ ଅଧ୍ୟକ୍ଷ କରାଗଲା। ଏହି ଅବସରରେ ସେ ସୋନିଆଙ୍କୁ ପାହାଡ଼ରୁ ବାହାରିଥିବା ମଲା ମୂଷା ବୋଲି କହିଥିଲେ ।

Comments are closed.