ମହିଳାଙ୍କ ପାଇଁ ୨୫% ଅାସନ ସଂରକ୍ଷଣ କରିବ କଂଗ୍ରେସ୍!

ଭୁବନେଶ୍ବର: ଅାଗାମୀ ନିର୍ବାଚନରେ ବିଜେଡିରେ ମହିଳା ପାଇଁ ୩୩ ପ୍ରତିଶତ ଲୋକସଭା ଅାସନ ସଂରକ୍ଷଣ ଘୋଷଣା କରି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳମାନଙ୍କର ଚିନ୍ତା ବଢ଼ାଇ ଦେଇଛନ୍ତି। ବିଜେଡି ଭଳି ଅନ୍ୟଦଳଗୁଡ଼ିକ ମଧ୍ୟ ମହିଳା ପ୍ରାର୍ଥୀତ୍ବ ନେଇ କସରତ ଅାରମ୍ଭ କରି ଦେଇଛନ୍ତି।
ରାଜ୍ୟର ମୋଟ ୨୧ଟି ଲୋକସଭା ଅାସନରୁ ଅନ୍ୟୁନ ୫ଟିରେ ମହିଳା ପ୍ରାର୍ଥୀ ଦେବା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଚିନ୍ତା କରୁଛି। ଅାଗାମୀ ୧୬ ତାରିଖରେ ଦିଲ୍ଲୀରେ ହେବାକୁ ଥିବା କଂଗ୍ରେସର ଯାଂଚ କମିଟିରେ ଏ ନେଇ ଚୂଡ଼ାନ୍ତ ଅାଲୋଚନା ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।
କଂଗ୍ରେସରେ ମହିଳା ଅାଶାୟୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ଅାଗରେ ଅଛନ୍ତି ଦଳର ବରିଷ୍ଠ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ। କଟକ ଲୋକସଭା କ୍ଷେତ୍ର ପାଇଁ ତାଙ୍କ ନାମ ସହ ପଞ୍ଚାନନ କାନୁନଗୋଙ୍କ ନାମ ମଧ୍ୟ ସୁପାରିଶ କରାଯାଇଛି। ୨୦୧୪ରେ ଏହି ଅାସନରୁ ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରାର୍ଥୀ ହାେଇ ଶୋଚନୀୟ ଭାବେ ପରାଜିତ ହାେଇଥିଲେ।
ସେହିପରି କୋରାପୁଟ ଲୋକସଭା ଅାସନ ପାଇଁ ସପ୍ତଗିରି ଉଲାକାଙ୍କ ସହ ମହିଳା ଅାଶାୟୀ ମେରୀ ସୁରୀନଙ୍କ ନାମ ମଧ୍ୟ ସୁପାରିଶ ହାେଇଛି। ଗତଥର ପୁରୀ ଲୋକସଭା ଅାସନରେ ସୁଚରିତା ମହାନ୍ତି ଶୋଚନୀୟ ଭାବେ ପରାସ୍ତ ହାେଇଥିବା ବେଳେ ତାଙ୍କ ସ୍ଥାନରେ ସମ୍ଭବତଃ ନୂଅା ମୁହଁ ଦିଅାଯାଇପାରେ। ତେବେ ଯଦି ଏହି ଅାସନ ମହିଳାଙ୍କ ପାଇଁ ରଖିବାକୁ ଦଳ ନିଷ୍ପତ୍ତି ନିଏ ତେବେ ସୁଚରିତା ପୁଣି ପ୍ରାର୍ଥୀ ହେବାର ଅାଶା ରହିଛି।
କେନ୍ଦୁଝର ଲୋକସଭା ଅାସନ ପାଇଁ ସନାତନ ମହାକୁଡ଼ଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ମହିଳା ନେତ୍ରୀ ଭାବେ ବିନୀତା ମାଝୀ ମଧ୍ୟ ଦାବିଦାର ଅଛନ୍ତି। ଯାଜପୁର ଲୋକସଭା କ୍ଷେତ୍ର ପାଇଁ ମଧ୍ୟ ଦଳ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ।