Odisha Link
Bridging the Missing Links in Odisha

ମୁଲାୟମ୍‌ ସିଂ ଯାଦବ ଅସୁସ୍ଥ: ମେଡ଼ିକାଲରେ ଭର୍ତ୍ତି

ଉତ୍ତରପ୍ରେଦଶ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ଗୁରୁତର ଅସୁସ୍ଥ ହୋଇପଡିଥିଲେ ମୁଲାୟମ୍। ସେଥିପାଇଁ ସୋମବାର ରାତିରେ ଏକ ଚାର୍ଟାଡ ବିମାନରେ ମୁଲାୟମଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ନିଆଯାଇଛି। ରବିବାର ଦିନ ମୁଲାୟମ ପ୍ରଥମେ ଦୁର୍ବଳ ଅନୁଭବ କରିବାରୁ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଚିକିତ୍ସା କରି ବ୍ଲଡ୍ ସୁଗାର ଓ ରକ୍ତଚାପ ଅଧିକ ବଢ଼ିଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସୋମବାର ସକାଳେ ମୁଲୟାମ ସିଂ ଯାଦବ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ଏହାପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ମୁଲାୟମଙ୍କୁ ଗତକାଲି ତାଙ୍କୁ ବାସଭବନରେ ଭେଟି ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ। ଏହି ସାକ୍ଷାତ ସମୟରେ ମୁଲାୟମଙ୍କ ପୁଅ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂହ ଯାଦବ ଓ ମୁଲାୟମଙ୍କ ସାନ ଭାଇ ଶିବପାଲ ସିଂହ ଯାଦବ ଉପସ୍ଥିତ ଥିଲେ। ଏବେ ମେଦାନ୍ତ ହସ୍ପିଟାଲରେ ମୁଲାୟମ କିଛି ଦିନ ଡାକ୍ତରଙ୍କ ନଜରରେ ରହି ଚିକିତ୍ସିତ ହେବେ ବୋଲି ସମାଜବାଦୀ ପାର୍ଟି ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି।

Comments are closed.