Odisha Link
Bridging the Missing Links in Odisha

କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଲାଗିଲା ଓଲଟା ତ୍ରିରଙ୍ଗା, ଅଭିଯୋଗ ପରେ ଭୁଲ ସୁଧାରିଲା ପ୍ରଶାସନ

ବିଶକେକ୍‌: ଆଜି କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ମୋଦିଙ୍କ ପହଞ୍ଚିବା ପୂର୍ବରୁ ଦେଖିବାକୁ ମିଳିଛି ଅଘଟଣ। ବିଶକେକ୍‌ ରାସ୍ତାର ଉଭୟ ପାର୍ଶ୍ୱରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଓଲଟା ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ବିଶକେକ୍‌ ରାସ୍ତାପାର୍ଶ୍ଵରେ ବିଭିନ୍ନ ଦେଶର ଜାତୀୟ ପତାକା ଲଗାଯାଇଥିବା ବେଳେ ଭାରତର ମଧ୍ୟ ପତାକା ଲଗାଯାଇଥିଲା କିନ୍ତୁ ପତାକା ଲଗାଇବା ପ୍ରଣାଳୀ ଭୁଲ ଥିଲା । ତ୍ରିରଙ୍ଗାର ଉପରେ ନାରଙ୍ଗୀ ଏବଂ ତଳେ ସବୁଜ ରଙ୍ଗ ରଖିବା ବଦଳରେ ସେମାନେ ପତାକାର ଉପରେ ସବୁଜ ରଙ୍ଗକୁ ରଖିଥିଲେ । ଏନେଇ ବିଶକେକରେ ରହୁଥିବା କିଛି ଭାରତୀୟ ଅଧିବାସୀ ଅଭିଯୋଗ କରିବା ପରେ ସ୍ଥାନୀୟ ପ୍ରଶାସନ ନିଜ ଭୁଲକୁ ସୁଧାରି ତ୍ରିରଙ୍ଗାକୁ ଠିକ୍ ଭାବରେ ଲଗାଇଥିବା ସୂଚନା ମିଳିଛି।

Comments are closed.