Odisha Link
Bridging the Missing Links in Odisha

୧୯ ଜିଲ୍ଲାକୁ କାଳବୈଶାଖୀର ସତର୍କ ସୂଚନା

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୯ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ରାତି ୮ ଟା ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ରାତିରେ ପ୍ରବଳ ଧୂଳିଝଡ, ବଜ୍ରପାତ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଝଡ ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ବଜ୍ରପାତ ହେବା ସମୟରେ ଘରୁ ନ ବାହାରିବାକୁ ସର୍ତକ କରାଇ ଦିଆଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର , କେନ୍ଦ୍ରାପଡା , ଭଦ୍ରକ , ଯାଜପୁର , ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ , କନ୍ଧମାଳ, ବରଗଡ , ଖୋର୍ଦ୍ଧା, ନୟାଗଡ , ସୁବର୍ଣ୍ଣପୁର , ମାଲକାନଗିରି , ବୌଦ୍ଧ , ବଲାଙ୍ଗିର ଓ କଟକ ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କରାଯାଇଛି ।

Comments are closed.