ଓଡ଼ିଶା ଭବନରେ ନବୀନ-ଧର୍ମେନ୍ଦ୍ରଙ୍କ ସାକ୍ଷାତ: କେଉଁ ପ୍ରସଙ୍ଗରେ ଆଲୋଚନା ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ସ୍ଥିତ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ । ଏହି ବୈଠକରେ ଓଡିଶାର ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ ଉପରେ ଆଲୋଚନା ହେବା ସହ ଓଡିଶାକୁ ଷ୍ଟିଲ ରାଜଧାନୀ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ନବୀନ ଓ ଧର୍ମେନ୍ଦ୍ରଙ୍କ ସାକ୍ଷାତ ଆଲୋଚନାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଧର୍ମେନ୍ଦ୍ର-ନବୀନଙ୍କ ସାକ୍ଷାତ ବିଷୟରେ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଥିବା କଥା କହିଛି ବିଜେଡି। ଏପଟେ ରାଜ୍ୟର ବିକାଶ ପ୍ରସଙ୍ଗକୁ ଦଳ ସମର୍ଥନ କରିବ ବୋଲି ବିଜେପି ନେତା କହୁଛନ୍ତି। ଅନ୍ୟପକ୍ଷରେ ବିଜେପିର ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।