Odisha Link
Bridging the Missing Links in Odisha

୫୦ ପେଟିରୁ ଊର୍ଦ୍ଧ୍ୱ ମଦ ଜବତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଗୋଠଦା ମଠ ନିକଟରୁ ୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୁଲିସ୍। ଏକ ବୋଲେରୋରେ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ଏଗୁଡ଼ିକୁ ଜବତ କରିଥିଲା।
ବୋଲେରୋରେ ମଦ ଚୋରା ଚାଲାଣ ହେଉଥିବା ନେଇ ନାଉଗାଁ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ୍ ଉକ୍ତ ବେଲେରୋକୁ ପିଛା କରିଥିଲା। ପୁଲିସ ଆସୁଥିବା ଦେଖି ବୋଲେରୋ ଡ୍ରାଇଭର ଗୋଠଦା ନିକଟରେ ଗାଡ଼ି ରଖି ଫେରାର ହୋଇଯାଇଥିଲା। ପରେ ପୁଲିସ ଉକ୍ତ ବୋଲେରୋ ସହିତ ମଦକୁ ଜବତ କରିଥିଲା।

Comments are closed.