Odisha Link
Bridging the Missing Links in Odisha

୩ ଦଶନ୍ଧି ପରେ ସଂସଦ ବାହାରେ ରହିବେ ମନୋମହନ ସିଂହ, କାରଣ କଣ ଜାଣନ୍ତୁ..

ନୂଆଦିଲ୍ଲୀ:ପ୍ରାୟ ୩ ଦଶନ୍ଧି ପରେ ସଂସଦ ବାହାରେ ରହିବେ ମନୋମହନ ସିଂହ। ଦେଶର ଏହି ଅନୁଭବୀ ନେତା ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ସଂସଦରେ ଆଉ ଦେଖାଯିବେ ନାହିଁ। କାହିଁକିନା ଗତକାଲି ଶେଷ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ। ୧୭ତମ ଲୋକସଭା ଆରମ୍ଭ ହେବାର ତିନି ଦିନ ପୂର୍ବରୁ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।୧୯୯୧ରୁ ଲଗାତାର ୫ ଥର ସଂସଦକୁ ସେ ନିର୍ବାଚିତ ହୋଇଆସୁଥିଲେ ମନମୋହନ ସିଂହ। କିନ୍ତୁ ଚଳିତଥର ପ୍ରଥମଥର ପାଇଁ ଆସାମରୁ ରାଜ୍ୟସଭା ସାଂସଦ ଭାବେ ମନମୋହନ ସିଂହ ସଂସଦରେ ପ୍ରତିନିଧିତ୍ୱ କରୁଥିଲେ। ଆସାମରେ ୧୨୬ ବିଧାୟକଙ୍କ ମଧ୍ୟରୁ ବିରୋଧୀ କଂଗ୍ରେସ ଓ ସହଯୋଗୀ ଏଆଇୟୁଡିଏଫ ପାଖରେ ମାତ୍ର ୨୮ଟି ଆସନ ରହିଛି। ଯଦି ଏଆଇୟୁଡିଏମକେ ସହ କଂଗ୍ରେସ ମିଶିଯିବ ତାହେଲେ ବି ରାଜ୍ୟସଭାକୁ ପୁଣିଥରେ ମନମୋହନ ସିଂହଙ୍କୁ ପଠାଇପାରିବେନି। କାରଣ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୮୮ଟି ଆସନ ରହିଛି।

ସୂଚନା ଅନୁସାରେ ଆସାମରେ ଦୁଇଟି ରାଜ୍ୟସଭା ଆସନ ଖାଲି ହେଉଛି। ତେଣୁ ଗୋଟିଏ ବିଜେପି ଓ ଅନ୍ୟଟି ଏନଡିଏର ସହଯୋଗୀ ଆସାମ ଗଣ ପରିଷଦ ଦଳର ନେତା ରାଜ୍ୟସଭା ସାସଂଦ ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ। ତେଣୁ ଚଳିତ ଥର ମନମୋହନ ସିଂହଙ୍କୁ ରାଜ୍ୟସଭା ପଠାଇବା ପାଇଁ କଂଗ୍ରେସ ବିକଳ୍ପ ରାସ୍ତା ଖୋଜୁଥିବା ସୂଚନା ମିଳିଛି। ତାମିଲନାଡୁରେ ଡିଏମକେ ସହ ମିଶି କଂଗ୍ରେସ ମନମୋହନ ସିଂହଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ହେଲେ ଡିଏମକେ ରାଜି ହେବ କି ନାହିଁ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଯଦି ମନମୋହନ ସିଂହ ତାମିଲନାଡୁରୁ ରାଜ୍ୟସଭାକୁ ଯିବେ ତାହେଲେ ତାଙ୍କୁ ଆସନ୍ତାବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ଆସନ୍ତା ଏପ୍ରିଲରେ ଦେଶର ୫୫ଟି ରାଜ୍ୟସଭା ଆସନ ଖାଲି ହେବ। ଏଥିମଧ୍ୟରେ କଂଗ୍ରେସ ଶାସିତ ରାଜ୍ୟମାନଙ୍କରୁ ୬ଟି ଆସନ ଖାଲି ହେବ।

Comments are closed.